Advertisment

ପ୍ୟାକେଜିଂ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଗୋଦାମର ସବୁ କିଛି ଜଳିପୋଡ଼ ପାଉଁସ ହୋଇଯାଇଛି।

Fire in factory

Fire in factory

Advertisment

ଉତ୍ତରାଖଣ୍ଡ ସିଡ଼ିକୋଲ ହରିଦ୍ୱାର ନିକଟ ଏକ ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁହୁ ହୋଇ ଜଳି ଯାଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ନିଆଁ ଏତେ ଜୋର୍ ଲାଗିଥିଲା ଯେ ଗୋଦାମର ସବୁ କିଛି ଜଳିପୋଡ଼ ପାଉଁସ ହୋଇଯାଇଛି।

Advertisment

ଖବର ପାଇ ଦମକଳ ବାହିନୀର ୯ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଲାଇଛନ୍ତି। ତଥାପି ନିଆଁକୁ ଆୟତ୍ତ କରାଯାଇପାରି ନଥିଲା। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁ ଆୟତ୍ତ ହୋଇଥିବା ସିଟି ଏସ୍ପି ସ୍ୱତନ୍ତ୍ର କୁମାର ସୂଚନା ଦେଇଛନ୍ତି।

ତେବେ ଗୋଦାମରେ ନିଆଁ ଲାଗିବା ସମୟରେ ସୌଭାଗ୍ୟବଶତଃ ତା'ଭିତରେ କେହି ନଥିଲେ। କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କିଛି ସୂଚନା ମିଳିନାହିଁ। ସଟ୍‌ସର୍କିଟ୍‌ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Advertisment
Uttarakhand Fire In Packageing Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe