Advertisment

ସିନେମା ଦେଖୁ ଦେଖୁ ହଲ୍‌ରେ ନିଆଁ ଲଗାଇଦେଲେ ଫ୍ୟାନ୍

ଅଭିନେତା ତଥା ରାଜନେତା ପାୱାରଷ୍ଟାର୍ ପୱନ୍ କଲ୍ୟାଣଙ୍କ ଏକ ପୁରୁଣା ଫିଲ୍ମ ‘କ୍ୟାମେରାମ୍ୟାନ୍ ଗଙ୍ଗାରାମ ଟୁ ରାମବାବୁ’ ସିନେମା ହଲରେ ରି-ରିଲିଜ୍ କରାଯାଇଥିଲା।

Fire In Hall

Fire In Hall

Advertisment

ସିନେମା ହଲ୍‌ରେ ନିଆଁ ଲଗାଇଦେଲେ ଫ୍ୟାନ୍। କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ତା ଉପରେ ଡେଇଁଲେ। ଏଭଳି କିଛି ଘଟଣା ଆନ୍ଧ୍ରପ୍ରଦେଶ ନାନ୍ଦୟାଲରେ ଘଟିଛି।

Advertisment

ଅଭିନେତା ତଥା ରାଜନେତା ପାୱାରଷ୍ଟାର୍ ପୱନ୍ କଲ୍ୟାଣଙ୍କ ଏକ ପୁରୁଣା ଫିଲ୍ମ ‘କ୍ୟାମେରାମ୍ୟାନ୍ ଗଙ୍ଗାରାମ ଟୁ ରାମବାବୁ’ ସିନେମା ହଲରେ ରି-ରିଲିଜ୍ କରାଯାଇଥିଲା। ତେବେ ଫିଲ୍ମର ଏକ ଆକ୍ସନ୍ ସିନରେ ଫ୍ୟାନ୍ ଏତେ ମଜି ଯାଇଥିଲେ କି ସାଙ୍ଗରେ ଆଣିଥିବା କାଗଜ ଟୁକୁଡ଼ାକୁ ଫୋପାଡ଼ିବାକୁ ଲାଗିଥିଲେ। ଶେଷରେ ଉତ୍ପାତର ସବୁ ସୀମା ଟପିଥିଲା। କାଗଜରେ ନିଆଁ ଲଗାଇ ତା’ ଉପରେ ନାଚିବାକୁ ଲାଗିଥିଲେ। କେହି କିଛି ବୁଝିବା ପୂର୍ବରୁ ନିଆଁ ବ୍ୟାପି ଯାଇଥିଲା। ପାଖରେ ଥିବା ଅନ୍ୟ ଦର୍ଶକ ବାହାରକୁ ଦୌଡ଼ିବାକୁ ଲାଗିଥିଲେ।

ପରେ ନିଆଁକୁ ଆୟତ୍ତ କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୁଲିସ୍। ଫିଲ୍ମ ହଲରେ ଏଭଳି ବାଚଳାମୀ ନୂଆଁ ନୁହେଁ। କିଛି ମାସ ପୂର୍ବରୁ ମହାରାଷ୍ଟ୍ରରେ ସଲମାନଙ୍କ ଫିଲ୍ମ ଟାଇଗର-୩ ରିଲିଜ୍ ବେଳେ ବାଣ ଫୁଟାଇଥିଲେ ଫ୍ୟାନ୍।

Advertisment
Andhra Pradesh Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe