Advertisment

ନିଆଁ ଲାଗି ଜୀବନ୍ତ ଜଳିଗଲେ ଗୋଟିଏ ପରିବାରର ୫ ଜଣ

୩ ପିଲାଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି।

Fire

Fire

Advertisment

ଘରେ ଲାଗିଲା ନିଆଁ। ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଳିଗଲେ ଗୋଟିଏ ପରିବାରର ୫ ଜଣ। ରାଜସ୍ଥାନର ଜୟପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ଜୟପୁରର ବିଶ୍ୱକର୍ମାର ଜୈସଲ୍ୟ ଗାଁରେ ଏକ ଘରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୩ ପିଲାଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ଘରେ ନିଆଁ ଲାଗିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସମସ୍ତ ମୃତକ ବିହାରର ବୋଲି କୁହାଯାଉଛି।

ମଧୁବନୀ ବିହାରର ଏକ ପରିବାରର ଜୈସଲ୍ୟ ଗାଁରେ ଭଡା ଘରେ ରହୁଥିଲେ। କୁହାଯାଉଛି ଯେ, ରାତିରେ ପୂରା ପରିବାର ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଥିଲା। ଫଳରେ ସେମାନେ ଜୀବନ ବଞ୍ଚାଇ ଘରୁ ଆଉ ବାହାରକୁ ବାହାରି ପାରିନଥିଲେ। ଫଳରେ ନିଆଁ ଲାଗି ସମସ୍ତେ ଜୀବନ୍ତ ଜଳି ଯାଇଛନ୍ତି। ନିଆଁ ଲାଗିଥିବା ନେଇ ପଡୋଶୀ ସୂଚନା ଦେବା ପରେ ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Advertisment

ଅଗ୍ନିଶମ ବିଭାଗର ଅଧିକାରୀ ଜଳି ଯାଇଥିବା ପୂରା ପରିବାରର ମୃତଦେହକୁ ବାହାରକୁ ଆଣି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେପଟେ ଘଟଣାସ୍ଥଳରେ ଏଫଏସ୍‌ଏଲ୍‌ ଟିମ୍‌ ପହଞ୍ଚି ଛାନ୍‌ ଭିନ୍‌ ଜାରି ରଖିଛି। କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ ତଦନ୍ତ ଜାରି ରହିଛି। ତେବେ ଗ୍ୟାସ୍‌ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Rajasthan Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe