Advertisment

ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ, କହିଲେ- ବର୍ଷା କିମ୍ବା କୃତ୍ରିମ ବର୍ଷା ଭରସାରେ ରୁହନି

ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ।

Supreme Court On Forest Fire

Supreme Court On Forest Fire

Advertisment

ହୁ ହୁ ହୋଇ ଜଳୁଛି ଜଙ୍ଗଲ। ଉତ୍ତରାଖଣ୍ଡର ଜଙ୍ଗଲରେ ଗଲା କିଛି ବ୍ୟାପକ ଅଗ୍ନିକାଣ୍ଡ ଘଟିଛି।ଏହି ନିଆଁ ଲିଭିବାର ନାଁ ନେଉନାହିଁ। ଏହାକୁ ଲିଭାଇବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି। ତଥାପି ଏହି ଜଙ୍ଗଲ ନିଆଁ ଏବେ ଜନବସତି ଆଡକୁ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ଏବେ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଥିସହ ଉତ୍ତରଖଣ୍ଡ ସରକାରଙ୍କୁ କୋର୍ଟ ତାଗିଦ କରିଛନ୍ତି।

Advertisment

ଆମେ ବର୍ଷା କିମ୍ବା କୃତ୍ରିମ ବର୍ଷା ଭରସାରେ ହାତ ଉପରେ ହାତ ରଖି ବସି ପାରିବା ନାହିଁ। ଗଣମାଧ୍ୟମରେ ଜଙ୍ଗଲରେ ଲାଗିଥିବାର ନିଆଁର ଭୟଙ୍କର ଚିତ୍ର ଆପଣ ନିଶ୍ଚିତ ଦେଖିଥିବେ। ଏଥିପାଇଁ ରାଜ୍ୟ ସରକାର କ'ଣ କରୁଛନ୍ତି। ସରକାରଙ୍କୁ ଏଥିପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଏଥିସହ ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିକୁ ସାମିଲ କରାଇବାକୁ ସୁପ୍ରିମ କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଜିଷ୍ଟିସ୍‌ ବିଆର୍‌ ଗଓ୍ୱଇ ଓ ଜଷ୍ଟିସ ସନ୍ଦୀପ ମେହତାଙ୍କ ଖଣ୍ଡପୀଠରେ ଆଜି ଉତ୍ତରାଖଣ୍ଡର ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ହୋଇଥିବା ଏକ ମାମଲାର ଶୁଣାଣି ହୋଇଛି। ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ବଢ଼ୁଥିବା ଅଗ୍ନିକାଣ୍ଡ ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ଏହାକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଳେ। ସେ ଦୁଇ ବର୍ଷ ପୂର୍ବେ ଏନଜିଟିରେ ମଧ୍ୟ ଏକ ପିଟିସନ ଦାଖଲ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଇନାହାଁନ୍ତି। ସେଥିପାଇଁ ମୋତେ ଏଠାକୁ ଆସିବାକୁ ପଡିଲା ବୋଲି ଆବେଦନକାରୀ କହିଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ୩୯୮ଟି ଘଟଣା ରେଜିଷ୍ଟର ହୋଇଛି। ୩୫୦ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି ଯେଉଁଥିରେ ୬୨ ଜଣଙ୍କ ନାଁ ରହିଛି। ୨୯୮ ଅଜ୍ଞାତ ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚାଲିଛି। କିଛି ଲୋକଙ୍କୁ ପଚରାଉଚରା ପାଇଁ ମଧ୍ୟ ଅଟକ ରଖାଯାଇଛି ବୋଲି ସରକାର କହିଛନ୍ତି।

ଏହାର ଜବାବରେ ସରକାର ଯେତେ ସହଜରେ ଏହି ସବିଶେଷ ତଥ୍ୟ ରଖିଛନ୍ତି ତା'ଠାରୁ ପରିସ୍ଥିତି ଅଧିକ ଗୁରୁତର ରହିଛି। ଜଙ୍ଗଲରେ ବାସ କରୁଥିବା ପଶୁ, ପକ୍ଷୀ ଏବଂ ଗଛ ଲତା ତଥା ଜଙ୍ଗଲ ନିକଟବର୍ତ୍ତୀ ବାସିନ୍ଦାଙ୍କ ଅସ୍ତିତ୍ୱ ପ୍ରତି ଘୋର ବିପଦ ରହିଛି ବୋଲି ଆବେଦନକାରୀ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ' ୧୫ ତାରିଖରେ ହେବ।

Supreme Court Uttarakhand Fire In Forest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe