Advertisment

ଥାନା ପରିସରରେ ଲାଗିଲା ନିଆଁ, ଜଳିଗଲା ୪୫୦ ଗାଡ଼ି

ଏହି ଅଗ୍ନିକାଣ୍ଡରେ ୪୫୦ ଗାଡ଼ି ଜଳି ପାଉଁଶ ହୋଇ ଯାଇଛି। ତେବେ ଏଥିରେ କେହି ମୃତାହତ କି ଆହତ ହୋଇ ନ ଥିବା ସୂଚନା ମିଳିଛି।

author-image
Niharika Rout
Fire

Fire

ନୂଆଦିଲ୍ଲୀର ୱାଜିରାବାଦ ଥାନା ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୫୦ ଗାଡ଼ି ଜଳି ପାଉଁଶ ହୋଇ ଯାଇଛି। ତେବେ ଏଥିରେ କେହି ମୃତାହତ କି ଆହତ ହୋଇ ନ ଥିବା ସୂଚନା ମିଳିଛି। ଜଳି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ୨ଶହଟି କାର୍‌ ଓ ୨୫୦ ବାଇକ୍‌ ଥିବା ଜଣାଯାଇଛି।

Advertisment

ଦମକଳ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୱାଜିରାବାଦ ଥାନା ପରିସରରେ ନିଆଁ ଲାଗିଥିବା ସୂଚନା ପାଇଥିଲୁ। ଏହାପରେ ତୁରନ୍ତ ଘଟଣାସ୍ଥଳକୁ ୫ଟି ଦମକଳ ଗାଡ଼ି ପଠା ଯାଇଥିଲା।

ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ଆଖି ପିଛୁଳାକେ ନିଆଁ ବ୍ୟାପିବାରୁ ଥାନା ପରିସରରେ ଥିବା ୪୫୦ଟି କାର୍‌ ଓ ବାଇକ୍‌ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଛି। 

Advertisment
Delhi Fire Accident