Advertisment

ଆପ୍‌ ସରକାର ବ୍ୟାନ କରିଥିଲେ, କିନ୍ତୁ କେଜ୍ରିୱାଲଙ୍କ ପାଇଁ ଫୁଟିଲା ବାଣ

ଦିଲ୍ଲୀରେ କୌଣସି ବାଣର ବିକ୍ରି, ଉତ୍ପାଦନ କିମ୍ବା ବ୍ୟବହାର ହୋଇପାରିବ ନାହିଁ ବୋଲି ସୋମବାର ଆପ୍‌ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
aap

aap

ପ୍ରଦୂଷଣ ପାଇଁ ଦିଲ୍ଲୀରେ କ୍ଷମତାସୀନ ଆପ ସରକାର ସବୁ ପ୍ରକାରର ବାଣ ଉପରେ ବ୍ୟାନ ଲଗାଇଛନ୍ତି। ଦିଲ୍ଲୀରେ କୌଣସି ବାଣର ବିକ୍ରି, ଉତ୍ପାଦନ କିମ୍ବା ବ୍ୟବହାର ହୋଇପାରିବ ନାହିଁ ବୋଲି ସୋମବାର ଆପ୍‌ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।

Advertisment

ହେଲେ ଦୀର୍ଘ ୬ ମାସ ପରେ ଜେଲରୁ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ନିୟମକୁ ଫୁ’ କରି ଦିଆଯାଇଛି। କେଜ୍ରିୱାଲଙ୍କୁ ସ୍ୱାଗତ ପାଇଁ ବାଣ ଫୁଟାଯାଇଛି।

ଉତ୍ତର ଦିଲ୍ଲୀର ସିଭିଲ ଲାଇନରେ ଥିବା କେଜ୍ରିୱାଲଙ୍କ ଘର ସାମ୍ନାରେ ତାଙ୍କ ସମର୍ଥକମାନେ ବାଣ ଫୁଟାଇଛନ୍ତି। ବାଣ ଫୁଟାଇ ସେମାନେ ଜେଲରୁ ମୁକୁଳିଥିବା କେଜ୍ରିୱାଲଙ୍କୁ ସ୍ୱାଗତ କରିଛନ୍ତି। ତେବେ ବ୍ୟାନ ସତ୍ତ୍ୱେ କେଜ୍ରିୱାଲଙ୍କ ଘର ସାମ୍ନାରେ ବାଣ ଫୁଟିବାରୁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ମାମଲା ରୁଜୁ କରାଯାଇଛି।

Advertisment

ଭାରତୀୟ ନ୍ୟାୟ ସଂହିତାର ଧାରା ୨୨୩ ଅନୁଯାୟୀ ଅଜଣା ବ୍ୟକ୍ତିବିଶେଷଙ୍କ ବିରୋଧରେ ସିଭିଲ ଲାଇନ୍ସ ପୁଲିସ୍‌ରେ ମାମଲା କରାଯାଇଛି। ବ୍ୟାନ ସତ୍ତ୍ୱେ ବାଣ ଫୁଟା ଯାଇଥିବାରୁ ପୁଲିସ୍‌ ଏପରି ପଦକ୍ଷେପ ଗ୍ରହଣ କରିଛି।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ କେଜ୍ରିୱାଲ ତିହାର ଜେଲରୁ ମୁକୁଳିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ଶତାଧିକ ଆପ୍‌ କର୍ମୀ ଓ ନେତେ ଢୁଢୁ ବର୍ଷାରେ ତିହାର ଜେଲ ନିକଟକୁ ଆସିଥିଲେ। ଏହାର କିଛି ସମୟରେ ତାଙ୍କ ଘର ସାମ୍ନାରେ କିଛି ସମର୍ଥକ ବାଣ ଫୁଟାଇ ତାଙ୍କୁ ସ୍ୱାଗତ କରିଥିଲେ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ୍‌ ସରକାରୀ ନିର୍ଦ୍ଦେଶକୁ ପାଳନ କରାଯାଇ ନଥିବାରୁ ମାମଲା କରିଛି।

Arvind Kejriwal AAP Crackers Blast