Advertisment

'ବର୍ଗର କିଙ୍ଗ' ଭିତରେ ଆଖିବୁଜା ଗୁଳିମାଡ଼, ଜଣେ ମୃତ

'ବର୍ଗର କିଙ୍ଗ' ଭିତରେ ତିନି ଜଣ ଶୁଟର୍‌ ପଶି ଆସି ୧୫ ରାଉଣ୍ଡ ଗୁଳିମାଡ଼ କରିଛନ୍ତି।

author-image
Madhupriya Mistry
Firing at Burger King Outlet

Firing at Burger King Outlet

'ବର୍ଗର କିଙ୍ଗ' ରେଷ୍ଟୁରାଣ୍ଟ ଭିତରେ ହେଲା ଆଖିବୁଜା ଗୁଳିମାଡ଼। ତିନି ଜଣ ଦୁର୍ବୃତ୍ତ ଆସି ଫୁଟାଇଲେ ଗୁଳି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ ଦିଲ୍ଲୀରେ ଘଟିଛି ଏଭଳି କିଛି ଘଟଣା।

Advertisment

ଗତକାଲି ସନ୍ଧ୍ୟାରେ ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ୍‌ରେ ଥିବା ବର୍ଗର କିଙ୍ଗ ଆଉଟ୍‌ଲେଟ୍‌ରେ ଗୁଳିମାଡ଼ ହୋଇଛି। ଷ୍ଟାଣ୍ଡ ଅଲୋନ୍‌ ଫୁଡ୍‌ ଆଉଟ୍‌ଲେଟ୍‌ ଭିତରେ ତିନି ଜଣ ଶୁଟର୍‌ ଆସି ୧୫ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ସାଙ୍ଗଙ୍କ ସହ ବସି ଜଣେ ବ୍ୟକ୍ତି ବର୍ଗର ଖାଉଥିବା ବେଳେ ତାଙ୍କୁ ଟାର୍ଗେଟ୍‌ କରି ଏହି ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ପୁଲିସ ସୂଚନା ମୁତାବକ, ବ୍ୟକ୍ତିଗତ କିମ୍ବା ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ନିକଟସ୍ଥ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ପୁଲିସ ବର୍ଗର କିଙ୍ଗ ଆଉଟଲେଟର ମ୍ୟାନେଜର ଏବଂ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରୁଛି।

Advertisment

ଏହି ଘଟଣା ସମ୍ପର୍କରେ ଦିଲ୍ଲୀ ପଶ୍ଚିମ ଡିସିପି କହିଛନ୍ତି, ୧୦ ରାଉଣ୍ଡ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଏକ ଟିମ୍‌ ଗଠନ କରାଯଇ ତଦନ୍ତ ଚାଲିଛି।

Delhi Firing Delhi Floods Burger King Outlet Burger King Shooting