Advertisment

ଭୋଟ୍ ବେଳେ ଫୁଟିଲା ଗୁଳି

ଗୁଳି ଫୁଟିବା ପରେ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ି ପଳାଇଥିଲେ।

ଅଦ୍ୟତନ ହୋଇଛି
Manipur

Manipur

Advertisment

୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ମଣିପୁରର ମୋଇରାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଥାମନାପୋକପିରେ ଏକ ପୁଲିଂ ବୁଥ୍‌ରେ ଫୁଟିଛି ଗୁଳି। ଦଳେ ଦୁର୍ବୃତ୍ତ ସେଠାରେ ଏକାଧିକ ରାଉଣ୍ଡ ଗୁଳି ଫୁଟାଇଥିଲେ। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।   

Advertisment

ଗୁଳି ଫୁଟିବା ପରେ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ି ପଳାଇଥିଲେ। ଏହାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି।

ମଣିପୁରରେ ଦୁଇଟି ଲୋକସଭା ଆସନ ଅଛି। ଆଜି ଉଭୟ ଇନର ମଣିପୁର ଲୋକସଭା ଆସନ ଓ ଆଉଟର ମଣିପୁର ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ କିଛି ସ୍ଥାନରେ ଛୋଟମୋଟ ଘଟଣା ଘଟିଛି। ଇନର ମଣିପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଥୋଙ୍ଗଜୁ ବିଧାନସଭା ନିର୍ବାଚନ ମଣ୍ତଳୀରେ ସ୍ଥାନୀୟ ଲୋକ ଓ କିଛି ଦୁର୍ବୃତ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏସବୁ ଘଟଣା ଯୋଗୁ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇ ନଥିବା ଜଣାପଡ଼ିଛି।  

Advertisment

ବର୍ଷେ ହେଲାଣି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଚର୍ଚ୍ଚାରେ ଅଛି ମଣିପୁର। ଅବଶ୍ୟ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।

ସୂଚନାଯୋଗ୍ୟ, ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଭଟ୍‌ ଗ୍ରହଣ ହେଉଛି। ମଣିପୁର ଭଳି ପଶ୍ଚିମବଙ୍ଗର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି। କୁଚ୍ ବିହାର ଜିଲ୍ଲାର ସୀତଲକୁଚୀରେ ତୃଣମୂଳ କଂଗ୍ରେସ ଓ ବିଜେପି ସମର୍ଥକ ହାତାହାତି ହୋଇଥିଲେ। 

2024 General Election Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe