Advertisment

ମୂର୍ତ୍ତି ବିସର୍ଜନ ବେଳେ ଫୁଟିଲା ଗୁଳି, ଜଣେ ମୃତ

ଯେତେବେଳେ ଏହି ଗୁଳିମାଡ ହୋଇଥିଲା ସେତେବେଳେ ଘଟଣାସ୍ଥଳରେ ପୁଲିସ ମଧ୍ୟ ଉପସ୍ଥିତ ଥିଲା। ଭିଡ ଭିତରେ ଜଣେ ବ୍ୟକ୍ତି ଗୁଳିମାଡ କରିବା ପରେ ତୁରନ୍ତ ନିଜ ବନ୍ଧୁକ ଆଉ ଜଣକୁ ଧରାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

firing during idol immersion

firing during idol immersion

Advertisment

ମୂର୍ତ୍ତି ବିସର୍ଜନ ବେଳେ ଗୁଳିମାଡ଼। ଏକାଥରକେ ଦୁଇଟି ସ୍ଥାନରେ ଫୁଟିଲା ଗୁଳି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି। ବିହାରର ରାଜଧାନୀ ପାଟନାରେ ଘଟିଛି ଏଭଳି ଘଟଣା।

Advertisment

ପାଟନାରେ ସରସ୍ୱତୀ ପୂଜା ପରେ ମୂର୍ତ୍ତି ବିସର୍ଜନ ବେଳେ କଦମକୁଆଁ ଅଞ୍ଚଳର ନାଲା ରୋଡ୍‌ରେ ଗୁଳିକାଣ୍ଡ ଘଟିଛି। ସେହିପରି ଗାନ୍ଧି ମୈଦାନ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଗୁଳିମାଡ ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଶ୍ଚର୍ଯ୍ୟର କଥା ଯେତେବେଳେ ଏହି ଗୁଳିମାଡ ହୋଇଥିଲା ସେତେବେଳେ ଘଟଣାସ୍ଥଳରେ ପୁଲିସ ମଧ୍ୟ ଉପସ୍ଥିତ ଥିଲା। ଭିଡ ଭିତରେ ଜଣେ ବ୍ୟକ୍ତି ଗୁଳିମାଡ କରିବା ପରେ ତୁରନ୍ତ ନିଜ ବନ୍ଧୁକ ଆଉ ଜଣକୁ ଧରାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ପୁଲିସ ସୂଚନା ମୁତାବକ, ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ଜହାନାବାଦର ବାସିନ୍ଦା। ଶୋଭାଯାତ୍ରା ବେଳେ ତାଙ୍କୁ ଗୁଳି ବାଜିଥିଲା ଏହାପରେ ତାଙ୍କ ମୃତ୍ୟୁ ହୋଇଛି। ପୁଲିସ ଅଭିଯୁକ୍ତ ଧରିବା ପାଇଁ ଚାରିଆଡେ ତଲାସି ଅଭିଯାନ ଚଲାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ସେପଟେ ବିହାରର ନାଳନ୍ଦାରେ ମଧ୍ୟ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବା ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ପଥରମାଡ଼ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ କାବୁ କରିଛି। ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe