Advertisment

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା, ନଦୀରୁ ମିଳିଲା ବନ୍ଧୁକ

ସୁରଟ ସ୍ଥିତ ତାପି ନଦୀରୁ ଦୁଇଟି ବନ୍ଧୁକ,୯ଟି ଜୀବନ୍ତ ଗୁଳି ଓ ୩ଟି ମାଗାଜିନ୍‌ ମିଳିଛି।

author-image
Madhupriya Mistry
firing-case-at-salman-khans-house

firing-case-at-salman-khans-house

ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ବଲିଉଡର ଟାଇଗର। ଅଭିନେତା ସଲମାନଙ୍କ ଖାନ୍‌ଙ୍କ ଘର ଉପରକୁ ନିକଟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଲୋକେ ଗୁଳିମାଡ କରିଥିଲେ। ଏହି ଗୁଳିମାଡରେ ବ୍ୟବହୃତ ବନ୍ଧୁକଙ୍କୁ ଏବେ କ୍ରାଇମବ୍ରାଞ୍ଚ ଜବତ କରିଛି। ଏକ ନଦୀରୁ ମିଳିଛି ବନ୍ଧୁକ।

Advertisment

କ୍ରାଇମବ୍ରାଞ୍ଚର ସୂଚନା ମୁତାବକ, ସର୍ଚ୍ଚ ବେଳେ ଆଜି ସୁରଟ ସ୍ଥିତ ତାପି ନଦୀରୁ ଦୁଇଟି ବନ୍ଧୁକ, ୯ଟି ଜୀବନ୍ତ ଗୁଳି ଓ ୩ଟି ମାଗାଜିନ୍‌ ମିଳିଛି। ଅଭିଯୁକ୍ତଙ୍କ ପାଖରେ ଦୁଇଟି ବନ୍ଧୁକ ଥିଲା। ଉଭୟ ଗ୍ୟାଲେକ୍ସି ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଗୁଳିମାଡ କରିବାର ଥିଲା। କିନ୍ତୁ ଜଣେ ହିଁ ଗୁଳିମାଡ କରିଥିଲେ ବୋଲି ପୁଲିସ କହିଛି।

ଏପ୍ରିଲ ୧୪ ତାରିଖ ସକାଳୁ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସ୍ଥିତ ଫ୍ଲାଟ ଉପରକୁ ଟାର୍ଗେଟ କରି ଗୁଳିମାଡ ହୋଇଥିଲା। ଦୁଇ ଜଣ ବାଇକ୍‌ରେ ଆସି ଏହି ଗୁଳିମାଡ କରିଥିଲେ। ଏହି ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିଲା।

Advertisment

ଗୁଳିମାଡ ପରେ ଅଭିଯୁକ୍ତମାନେ ବାଇକ୍‌କୁ ବାନ୍ଦ୍ରା ସ୍ଥିତ ମାଉଣ୍ଟମେରୀ ଚର୍ଚ୍ଚ ପାଖରେ ଛାଡି ପଳାଇଥିଲେ, ଯାହାକୁ ପୁଲିସ ଜବତ କରିଛି। ତେବେ ଏହି ଘଟଣାର ୩୬ ଘଣ୍ଟା ପରେ ପୁଲିସ ଉଭୟ ଶୁଟର୍ସଙ୍କୁ ଗିରଫ କରିଥିଲା। ସେପଟେ ପୁଲିସ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୮ରୁ ୧୦ ଜଣଙ୍କୁ ପଚରାଉଚରା କରିସାରିଲାଣି।

ସେପଟେ ସଲମାନଙ୍କ ଘର ଉପରକୁ ଗୁଳିମାଡ ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଭାଇ ନିଜକୁ ଦାୟୀ କରିଥିଲା। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଜଣାଇଥିଲା।

Salman Khan House Firing Mumbai Crime Branch Tapi River