Advertisment

ମିଲିଟାରୀ ଷ୍ଟେସନରେ ଭୟଙ୍କର ଗୁଳିମାଡ଼, ୪ ମୃତ

ବୁଧବାର ଭୋର ୪.୩୫ରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ପରେ ଷ୍ଟେସନରେ ଥିବା କୁଇକ ରିଆକ୍ସନ ଟିମ ଆଲର୍ଟ ମୋଡକୁ ଆସିବା ସହ ପୂରା ଅଞ୍ଚଳକୁ ସିଜ୍‌ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Military

Military

ପଞ୍ଜାବର ବଠିଣ୍ଡାରେ ଥିବା ମିଲିଟାରୀ ଷ୍ଟେସନ ଭିତରେ ଚାଲିଛି ଗୁଳି। ଭୟଙ୍କର ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ଭୋର ୪.୩୫ରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ପରେ ଷ୍ଟେସନରେ ଥିବା କୁଇକ ରିଆକ୍ସନ ଟିମ ଆଲର୍ଟ ମୋଡକୁ ଆସିବା ସହ ପୂରା ଅଞ୍ଚଳକୁ ସିଜ୍‌ କରାଯାଇଛି।

Advertisment

ବଠିଣ୍ଡା ଏସଏସ୍‌ପି କହିଛନ୍ତି ଯେ ଏହା ଆତଙ୍କବାଦୀ ହମଲା ନୁହେଁ। କିନ୍ତୁ କିଏ ଓ କ’ଣ ପାଇଁ ଗୁଳିମାଡ଼ କରିଛି, ସେକଥା ଜଣାପଡ଼ିନି। ୨ ଦିନ ତଳେ ଗୋଟିଏ ରାଇଫଲ ଓ ୨ଟି ମାଗାଜିନ୍‌ କ୍ୟାମ୍ପ ମଧ୍ୟରୁ ଚୋରି ହୋଇଥିଲା। ତେଣୁ ଏହି ରାଫଲରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି।

ଏସଏସପି ଏହା ଆତଙ୍କବାଦୀ ହମଲା ନୁହେଁ ବୋଲି କହୁଥିଲେ ହେଁ ଦୁଇ ଜଣ ବନ୍ଧୁକଧାରୀ କ୍ୟାମ୍ପ ମଧ୍ୟରେ ମୁକ୍ତ ଭାବେ ବୁଲୁଥିବା ଟିଭି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ସେମାନେ ସାଧା ପୋଷାକରେ ଥିବା ମଧ୍ୟ କୁହାଯାଉଛି। ବର୍ତ୍ତମାନ ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀ ସେନା ଯବାନମାନେ ପହଞ୍ଚି ସ୍ଥିତିର ଯାଞ୍ଚ କରୁଥିବା ଜଣାପଡ଼ିଛି।

Advertisment
Firing Military