Advertisment

ବିଜେପି ନେତାଙ୍କ ଗାଡ଼ି ଉପରକୁ ଗୁଳି ମାଡ଼, ପୁଲିସ୍‌ କହିଲା- ସବୁ ମିଛ

ଗୁରୁଦ୍ୱାର ବାହାରେ ଛିଡ଼ା ହୋଇଥିବା ଜଣେ ଯୁବ ବିଜେପି ନେତାଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତ ଆଖିବୁଜା ଗୁଳି ମାଡ଼ କରିଥିବା ଅଭିଯୋଗ ହୋଇଛି। ମାତ୍ର ପୁଲିସ୍‌ ପହଞ୍ଚି ପ୍ରାଥମିକ ତଦନ୍ତ କରି ଗୁଳି ମାଡ଼ର କୌଣସି ଚିହ୍ନ ନ ଥିବା କହିଛି।

author-image
Niharika Rout
ଅଦ୍ୟତନ ହୋଇଛି
Firing

Firing

ଦିଲ୍ଲୀର ଉତ୍ତମ ନଗରରେ ଏକ ଅଜବ ଘଟଣା ସାମନାକୁ ଆସିଛି। ଗୁରୁଦ୍ୱାର ବାହାରେ ଛିଡ଼ା ହୋଇଥିବା ଜଣେ ଯୁବ ବିଜେପି ନେତାଙ୍କ ଗାଡ଼ି ଉପରକୁ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳି ମାଡ଼ କରିଥିବା ଅଭିଯୋଗ ହୋଇଛି। ମାତ୍ର ପୁଲିସ୍‌ ପହଞ୍ଚି ପ୍ରାଥମିକ ତଦନ୍ତ କରି ଗୁଳିମାଡ଼ର କୌଣସି ଚିହ୍ନ ନ ଥିବା କହିଛି। ଫଳରେ କିଏ ସତ କହୁଛି ତାକୁ ନେଇ ଆରମ୍ଭ ହୋଇଛି ଦ୍ୱଦ୍ୱ ।

Advertisment

ପୀଡ଼ିତ ବିଜେପି ଶିଖ୍‌ ନେତା ରମନଜୋତ ସିଂହଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଗାଡ଼ି ଗତ ରାତିରେ ଗୁରୁଦ୍ୱାର ସମ୍ମୁଖରେ ଛିଡ଼ା ହୋଇଥିଲା। ଉକ୍ତ ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିସହ ସେମାନେ ଗାଡ଼ିରେ ଏକ ଧମକପୂର୍ଣ୍ଣ ଚିଠି ଛାଡ଼ିଥିବା ରମନଜୋତ କହିଛନ୍ତି । ଉକ୍ତ ଚିଠିରେ ଗ୍ୟାଙ୍ଗଷ୍ଟାର ଗୋଗି ମାନ୍‌ ଗ୍ରୁପ୍‌ର ନାଁ ଉଲ୍ଲେଖ ରହିଛି। 

ପୀଡ଼ିତଙ୍କ କହିବାନୁଯାୟୀ, କିଛି ଦିନ ହେବ ତାଙ୍କ ନିକଟକୁ ଇଣ୍ଟରନ୍ୟାସନାଲ ନମ୍ବରରୁ ଖଲିସ୍ତାନୀ ନାମରେ ଧମକପୂର୍ଣ୍ଣ କଲ୍‌ ଆସୁଛି। ଏନେଇ ସେ ପୁଲିସ୍‌ ନିକଟରେ ବି ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।

Advertisment

ଫାୟାରିଂ ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସ୍‌ର ବୟାନ ସମସ୍ତଙ୍କୁ ଚକିତ କରିଛି। କାରଣ ଗାଡ଼ିରେ ଫାୟାରିଂର କୌଣସି ଚିହ୍ନବର୍ଣ୍ଣ ନ ଥିବା ବେଳେ ଏହା ମିଛ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି। ଏହି ଘଟଣାର ଅଧିକ ତଦନ୍ତ ଚାଲୁ ରହିଛି। ପୁଲିସ୍‌ ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। 

ରମନଜୋତ ସିଂହ ଦିଲ୍ଲୀର ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସବୁଠୁ ଯୁବ ସଦସ୍ୟ। ଗତ ଏପ୍ରିଲ ୨୭ ତାରିଖରେ ସେ ୧୫ଶହ ଶିଖ୍‌ଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।

Delhi Firing