Advertisment

ଚେନ୍‌ ଛିଣ୍ଡାଇବା ବେଳେ ଫାୟାରିଂ କଲେ ଦୁର୍ବୃତ୍ତ, ୪ ଗୁରୁତର

ରାତି ଅଧରେ ବିଚ୍‌ ରାସ୍ତାରେ ଫୁଟିଲା ଗୁଳି। ଜଣେ ମହିଳାଙ୍କଠାରୁ ଚେନ୍‌ ଛିଣ୍ଡାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୁଳି ଫୁଟାଇଲେ ୩ ଦୁର୍ବୃତ୍ତ।

author-image
Niharika Rout
Firing

Firing

ରାତି ଅଧରେ ବିଚ୍‌ ରାସ୍ତାରେ ଫୁଟିଲା ଗୁଳି। ଜଣେ ମହିଳାଙ୍କଠାରୁ ଚେନ୍‌ ଛିଣ୍ଡାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୁଳି ଫୁଟାଇଲେ ୩ ଦୁର୍ବୃତ୍ତ। ଏହି ଗୁଳିମାଡ଼ରେ ୪ ଜଣ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ବିହାରର ରାଜଧାନୀ ପାଟଣାରେ ଘଟିଛି ଏପରି ଲୋମହର୍ଷଣକାରୀ ଘଟଣା।

Advertisment

ଜଣେ ହଷ୍ଟେଲ ସଞ୍ଚାଳିକା ସମେତ ୪ ଜଣ ଗତ ରାତିରେ ସ୍କୁଟି ଓ ବୁଲେଟରେ କାମ ସାରି ଘରକୁ ଫେରୁଥିଲେ। ସେମାନେ ଶାସ୍ତ୍ରୀନଗର ଥାନା ଅଞ୍ଚଳରେ ଥିବା ଉର୍ଜା ଷ୍ଟାଡିୟମରେ ନିକଟରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଲୁଚି ରହିଥିବା ୩ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ଏହାପରେ ବନ୍ଧୁକ ମୁନରେ ଭୟଭୀତ କରି ସେମାନେ ହଷ୍ଟେଲ ସଞ୍ଚାଳିକାଙ୍କୁ ଚେନ୍‌ ଖୋଲି ଦେବାକୁ କହିଥିଲେ। ମହିଳାଜଣକ ନିଜ ଚେନ୍‌ ଖୋଲି ଦୁର୍ବୃତ୍ତଙ୍କ ହାତରେ ଦେଉଥିବା ବେଳେ ତାଙ୍କ ସହ ଥିବା ଅନ୍ୟମାନ ଚିତ୍କାର କରିଥିଲେ।

ଏହାଦେଖି ଦୁର୍ବୃତ୍ତମାନେ ୪ ଜଣଙ୍କ ଉପରକୁ ଫାୟାରିଂ କରିଥିଲେ । ଫଳରେ ୪ ଜଣଙ୍କ ଶରୀରରେ ଗୁଳି ବାଜିଥିବା ବେଳେ ସେମାନେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଗୁରୁତର ଅବସ୍ଥାରେ ତୁରନ୍ତ ସମସ୍ତଙ୍କୁ ଆଇଜିଆଇଏମ୍‌ଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିଳମ୍ବିତ ରାତିରେ ଅପରେସନ କରାଯାଇ ସେମାନଙ୍କ ଗୁଳି ବାହାର କରାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଛାନଭିନ ଆରମ୍ଭ କରିଛି। ସିସିଟିଭି ଫୁଟେଜ ସଂଗ୍ରହ କରି ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସହରକୁ ଚାରିପଟୁ ସିଲ୍‌ କରି ପୁଲିସ୍‌ ଜୋରସୋରରେ ତଲାସୀ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କ ଟେର କିନ୍ତୁ ପାଇପାରିନି।

Crime