କଂଗ୍ରେସ ବିଧାୟକଙ୍କ କନଭୟ ଉପରକୁ ଗୁଳିମାଡ଼

ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଗୁଳିକାଣ୍ଡ ଗ୍ୟାଙ୍ଗ ୱାର ଯୋଗୁ ଘଟିଥାଇପାରେ।

Firing

Representational Image

Jitendra Garnayak
  • Published: Friday, 20 September 2024
  • , Updated: 20 September 2024, 09:12 PM IST

ହରିୟାଣାର ପଞ୍ଚକୁଲାରେ ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ପ୍ରଦୀପ ଚୌଧୁରୀଙ୍କ କନଭୟ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ଗୋଲ୍‌ଡୀ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କ ଶରୀରରେ ଦୁଇଟି ଗୁଳି ବାଜିଛି।

ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଗୁଳିକାଣ୍ଡ ଗ୍ୟାଙ୍ଗ ୱାର ଯୋଗୁ ଘଟିଥାଇପାରେ। କାରଣ ଆହତ ଗୋଲ୍‌ଡୀ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବା ଜଣାପଡ଼ିଛି।

ଏହି ଘଟଣା ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୁଲିସ ମଧ୍ୟ ଏହି ଘଟଣା ନେଇ ପ୍ରତିକ୍ରିୟା ଦେଇ ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। କିଏ ଏହି ଗୁଳିମାଡ଼ କରିଛି, ତାହା ଜାଣିବା ପାଇଁ ପୁଲିସ ପ୍ରୟାସ କରୁଛି।

ସୂଚନାଯୋଗ୍ୟ, ୨୦୧୯ରେ ପ୍ରଦୀପ ଚୌଧୁରୀ କାଲକା ଆସନରୁ ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ମଧ୍ୟ ସେ ଏହି ଆସନରୁ ବିଜୟୀ ହୋଇଥିଲେ।

Related story