Advertisment

ଚାଲିଥିଲା ବାର୍ଥଡେ' ପାର୍ଟି, ଫୁଟିଲା ଗୁଳି

ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି।

Firing

Firing

Advertisment

ଚାଲିଥିଲା ବାର୍ଥ ଡେ' ପାର୍ଟି। ସମସ୍ତେ ମିଶି କରୁଥିଲେ ସେଲିବ୍ରେସନ୍‌। ଏତିକି ବେଳେ ଫୁଟିଲା ଗୁଳି। ରାଜଧାନୀ ଦିଲ୍ଲୀର ଏକ କାଫେରେ ଘଟିଛି ଏହି ଗୁଳିମାଡ଼।

Advertisment

ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଏକ ଜଣାଶୁଣା ଅଞ୍ଚଳ ସତ୍ୟ ନିକେତନ। ଏଠାକାର ଜାହାଙ୍ଗିରପୁରାରେ ଥିବା ଲବ୍‌ ବାଇଟ୍ସ କାଫେକୁ ରବିବାର ରାତିରେ କିଛି ଯୁବକ ନିଜର ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ କରିବାକୁ ଆସିଥିଲେ। ତେବେ ଏଠାରେ ସିଟ୍‌କୁ ନେଇ କାଫେ ମ୍ୟାନେଜରଙ୍କ ସହ ଯୁବକଙ୍କ ପାଟିତୁଣ୍ଡ ହୋଇଥିଲା। ଠିକ୍‌ ଏତିକି ସେମାନଙ୍କ ମଧ୍ୟରୁ ଜଣେ ଯୁବକ ନିଜ ପକେଟ୍‌ରୁ ବନ୍ଧୁକ ବାହାର କରି ଫାଙ୍କା ଗୁଳିଚାଳନା କରିଥିଲେ। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ଗୁଳିମାଡ଼ ପରେ କାଫେ ଭିତରେ ଆତଙ୍କ ଖେଳି ଯାଇଥିଲା। କାଫେ ଭିତରେ ଥିବା ଅନ୍ୟ ଲୋକମାନେ ଭୟରେ ବାହାରକୁ ଚାଲିଯାଇଥିଲେ। ଏହି ମାମଲାରେ ପୁଲିସ ଅହମ୍ମଦ ନାମକ ଜଣେ ଯୁବକଙ୍କୁ ଘଟଣାସ୍ଥଳରୁ ଉଠାଇ ଆଣିଛି। ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ସେପଟେ ଏହି ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିବା ଅନ୍ୟ ପୁଅମାନଙ୍କୁ ମଧ୍ୟ ଖୋଜା ଚାଲିଛି।

Advertisment

ଶନିବାର ସନ୍ଧ୍ୟାରେ ମଧ୍ୟ ଦିଲ୍ଲୀର ଏକ ଜୁଏଲାରୀ ଦୋକାନରେ ଗୁଳିମାଡ଼ ହୋଇଥିଲା। ମୁଖାର୍ଜୀ ନାଗରରେ ଅବସ୍ଥିତ ଜୁଏଲାରୀ ଶୋ’ରୁମରେ ବାଇକ୍‌ରେ ଆସି କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ପରେ ଦୁର୍ବୃତ୍ତମାନେ ସୁନା ଦୋକାନୀଙ୍କୁ ଏକ କୋଟି ଟଙ୍କା ବଟି ମାଗିଥିବା ଜଣାପଡିଥିଲା।

Firing Birthday Party Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe