Advertisment

ଅପରେସନ କାବେରି: ପ୍ରଥମ ଦଫାରେ ସୁଦାନ ଛାଡ଼ିଲେ ୨୭୮ ଭାରତୀୟ

ବ୍ୟାପକ ହିଂସା ଯୋଗୁ ସୁଦାନରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷତି ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରି ଆରମ୍ଭ କରିଛନ୍ତି।

Sudan

Sudan

Advertisment

ହିଂସା ଦ୍ୱାରା ପ୍ରଭାବିତ ସୁଦାନରୁ ଅପରେସନ କେବାରି ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି। ଆଜି ପୋର୍ଟ ସୁଦାନରୁ ୨୭୮ ଜଣ ଲୋକଙ୍କୁ ନେଇ ଆଇଏନଏସ୍‌ ସୁମେଦ୍ଧା ସାଉଦି ଆରବର ଜେଦାହ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ସମସ୍ତେ ସାଉଦିରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ବ୍ୟାପକ ହିଂସା ଯୋଗୁ ସୁଦାନରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷତି ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରି ଆରମ୍ଭ କରିଛନ୍ତି। ସୋମବାର ଏହି ଅପରେସନ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୂଚନା ଦେଇଥିଲେ।

ସେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଭାରତୀୟ ପୋର୍ଟ ସୁଦାନରେ ପହଞ୍ଚି ସାରିଛନ୍ତି। ଆହୁରି ଅନେକ ପୋର୍ଟ ଅଭିମୁଖେ ଆସୁଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଦୁଇଟି ବିମାନ ଓ ଜାହାଜ ପ୍ରସ୍ତୁତ ହୋଇ ରହିଥିବା ସେ କହିଥିଲେ। ତାଙ୍କ ସୂଚନାର ଦିନକ ପରେ ଆଜି ୨୭୮ ଭାରତୀୟଙ୍କୁ ଧରି ଆଇଏନଏସ୍‌ ସୁମେଦ୍ଧା ଯାତ୍ରା ଆରମ୍ଭ କରିଛି।

Advertisment

ଅପରେସନ କାବେରି ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଦାନରେ ଦେଖାଯାଇଥିବା ହିଂସାତ୍ମକ ସ୍ଥିତିର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ସେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନଙ୍କ ତତ୍ତ୍ୱାବଧାନରେ ଅପରେସନ କରିବାକୁ କହିଥିଲେ। ସୋମବାର ଠାରୁ ଅପରେସନ ଆରମ୍ଭ କରାଯାଇଥିଲା।

ଏହାପୂର୍ବରୁ ଭାରତ ସରକାର ସ୍ୱତନ୍ତ୍ର ଅପରେସନ ଦ୍ୱାରା ୟୁକ୍ରେନ ଓ ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣିଥିଲେ। ଏବେ ପୁଣିଥରେ ଆଉ ଗୋଟିଏ ଦେଶରୁ ଭାରତୀୟଙ୍କୁ ଆଣିବା ପାଇଁ ଅପରେସନ କାବେରି ଆରମ୍ଭ ହୋଇଛି।

ସୁଦାନରେ ବର୍ତ୍ତମାନ ଆର୍ମି ଓ ଅର୍ଦ୍ଧସାମାରିକ ରାପିଡ ସର୍ପୋଟ ଫୋର୍ସ(ଆଏସଏଫ) ମଧ୍ୟରେ କ୍ଷମତା ଦଖଲ ପାଇଁ ଲଢ଼େଇ ଚାଲିଛି। ନୂଆ ବେସାମାରିକ ସରକାର ଗଠନ ପାଇଁ ପ୍ରସ୍ତାବ ଆସିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିଯୋଗୁ ପୂରା ଦେଶରେ ହିଂସାତ୍ମକ ପରିବେଶ ସୃଷ୍ଟି ହୋଇଛି।

India Sudan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe