Advertisment

ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ: ନିର୍ମାଣ ହେବ ଆଉ ୩ କୋଟି ଘର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ବସିଥିଲା। ରବିବାର ଶପଥ ନେଇଥିବା ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଆଜିର ବୈଠକରେ ଉପସ୍ଥିତ ରହିଥିଲେ।

Modi

Modi

Advertisment

ମନ୍ତ୍ରଣାଳୟ ବଣ୍ଟନ ହୋଇନି। କିନ୍ତୁ ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ୍‌ରେ ହୋଇଛି ବଡ଼ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ଆଉ ୩ କୋଟି ଘର ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ବସିଥିଲା। ରବିବାର ଶପଥ ନେଇଥିବା ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଆଜିର ବୈଠକରେ ଉପସ୍ଥିତ ରହିଥିଲେ। ସର୍ବସମ୍ମତିକ୍ରମେ ଦେଶର ଗ୍ରାମାଞ୍ଚଳର ଓ ସହରାଞ୍ଚଳରେ ଆଉ ୩ କୋଟି ଘର ନିର୍ମାଣ କରିବା କାମରେ କେନ୍ଦ୍ର ସରକାର ସହାୟତା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଘର ବଣ୍ଟନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା କରିବେ। ସମସ୍ତଙ୍କ ମୁଣ୍ଡ ଉପରେ ଛାତ ରହିବ ବୋଲି ମୋଦି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ କ୍ୟାବିନେଟ ଏପରି ନିଷ୍ପତ୍ତି ନେଇଛି।

Advertisment

୨୦୧୫-୨୬ରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୪.୨୧ କୋଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଦିଆଯାଇଛି। ତଥାପି ଅନେକ ହିତାଧିକାରୀ ବାଦ ପଡ଼ିଥିବାରୁ ସେମାନଙ୍କୁ ସହଯୋଗ କରିବା ପାଇଁ ଆଉ ୩ କୋଟି ଗୃହ ନିର୍ମାଣ ହେବ।

ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରତଟି ଘରେ ଟଏଲେଟ, ଏଲପିଜି ସଂଯୋଗ, ବିଜୁଳି ସଂଯୋଗ ଓ ପାଣି ବାହାରୁଥିବା ଟ୍ୟାପ୍‌ ଲଗାଯାଥାଏ। ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସହ ମିଳିତ ଭାବେ ଏପରି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଏ।

ମୋଦି ୩.୦ ସରକାର ୩ କୋଟି ଘର ନିର୍ମାଣ କରିବା ନିଷ୍ପତ୍ତି ନେବା ପୂର୍ବରୁ ଆଜି ସକେଳେ ଚାଷୀଙ୍କ କଲ୍ୟାଣ ପାଇଁ ବଡ଼ ପଦକ୍ଷେପ ନେଇଥିଲେ। କିଷାନ ନିଧି ଯୋଜନାରେ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ପଠାଇବାକୁ ପ୍ରସ୍ତୁତ ଫାଇଲରେ ଆଜି ପ୍ରଧାନମନ୍ତ୍ରୀ ଦସ୍ତଖତ କରିଥିଲେ।

PM Modi Modi Cabinet Meeting Modi 3.0
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe