Advertisment

ଇତିହାସରେ ପ୍ରଥମ: ରାଷ୍ଟ୍ରପତି ଭବନରେ ବାହା ହେବେ ଦୁଇ ସିଆରପିଏଫ୍ ଅଧିକାରୀ

ଫେବ୍ରୁଆରୀ ୧୨ ତାରିଖରେ ରାଷ୍ଟ୍ରପତି ଭବନରେ ସେମାନଙ୍କ ବାହାଘର ହେବ।

ଅଦ୍ୟତନ ହୋଇଛି
CRPF

CRPF

Advertisment

ଇତିହାସରେ ପ୍ରଥମ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ବାହା ହେବେ ଦୁଇ ଜଣ ଅଧିକାରୀ। ସେମାନେ ହେଉଛନ୍ତି ପୁନମ ଗୁପ୍ତା ଓ ଅବନୀଶ କୁମାର। ଉଭୟ ସିଆରପିଏଫ୍‌ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଛନ୍ତି। ପୁନମ ରାଷ୍ଟ୍ରପତି ଭବନରେ ପିଏସ୍‌ଓ ଭାବେ ନିଯୁକ୍ତ ହୋଇଥିବା ବେଳେ ଅବନୀଶ ଜମ୍ମୁ ଓ କଶ୍ମୀରରେ କାର୍ଯ୍ୟ କରୁଛନ୍ତି। ଫେବ୍ରୁଆରୀ ୧୨ ତାରିଖରେ ରାଷ୍ଟ୍ରପତି ଭବନରେ ସେମାନଙ୍କ ବାହାଘର ହେବ। ତେବେ ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

Advertisment

ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନରେ ପିଏସ୍‌ଓ ଭାବେ ନିଯୁକ୍ତ ପୁନମ ଗୁପ୍ତାଙ୍କ ବ୍ୟବହାର ଓ କାର୍ଯ୍ୟରେ ବେଶ୍‌ ସନ୍ତୁଷ୍ଟ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯେତେବେଳେ ରାଷ୍ଟ୍ରପତି ଜାଣିଲେ ଯେ ପୁନମ ବାହା ହେବେ, ସେତେବେଳେ ଏହି ବାହାଘର ରାଷ୍ଟ୍ରପତି ଭବନରେ ହେଉ ବୋଲି ସେ ନିଜ ଆଡ଼ୁ ପ୍ରସ୍ତାବ ଦେଇଥିଲେ। ପୁନମ ଓ ଅବନୀଶଙ୍କ ବାହାଘର ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ୍ କମ୍ପ୍ଲେକ୍ସରେ ହେବ। ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହି ବାହାଘରରେ ପୁନମ ଓ ଅବନୀଶଙ୍କ ପରିବାର ଲୋକଙ୍କ ସହିତ ସେମାନଙ୍କ ବନ୍ଧୁବାନ୍ଧବ ଓ ସ୍ୱଳ୍ପ ମନୋନୀତ ବିଶିଷ୍ଟ ଅତିଥି ଉପସ୍ଥିତ ରହିବେ। ଏଥିପାଇଁ ତାଲିକା ପ୍ରସ୍ତୁତ ହୋଇସାରିଛି। ରାଷ୍ଟ୍ରପତି ମଧ୍ୟ ଏହି ବାହାଘରରେ ସାମିଲ ହେବେ।

ପୁନମଙ୍କ ଘର ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ। ତାଙ୍କ ବାପା ଶିବପୁରୀ ନବୋଦୟ ବିଦ୍ୟାଳୟରେ କାର୍ଯ୍ୟ କରନ୍ତି। ପୁନମ ଗଣିତ ଅନର୍ସ ରଖି ସ୍ନାତକ ପାସ୍ କରିବା ପରେ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ। ପରେ ସେ ବିଇଡି ମଧ୍ୟ କରିଥିଲେ। ସେ ଶୋପୁର ନବୋଦୟ ବିଦ୍ୟାଳୟର ଛାତ୍ରୀ ଥିଲେ। ୨୦୧୮ରେ ସେ ୟୁପିଏସ୍‌ସି ଦ୍ୱାରା କରାଯାଉଥିବା ସିଏପିଏଫ୍‌ (ସେଣ୍ଟ୍ରାଲ ଆର୍ମଡ୍ ପୁଲିସ ଫୋର୍ସ) ପରୀକ୍ଷାରେ ସାରା ଦେଶରେ ୮୧ତମ ସ୍ଥାନରେ ରହିଥିଲେ ଓ ସିଆରପିଏଫ୍‌ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଯୋଗ ଦେଇଥିଲେ। ୨୦୨୪ ସାଧାରଣତନ୍ତ୍ର ଦିବସରେ ପରେଡ୍‌ରେ ସେ ସିଆରପିଏଫ୍‌ ମହିଳା କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe