Advertisment

ହେଲା ଚତ୍ମକାର! ବିମାନ ଦୁର୍ଘଟଣାରୁ ବର୍ତ୍ତିଲେ ଜଣେ ମାତ୍ର ଯାତ୍ରୀ

ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ କ୍ରାଶ ହେବା ପରେ ନିଆଁ ପିଣ୍ଡୁଳାରେ ପରିଣତ ହୋଇ ଯାଇଥିଲା। ଏଥିରେ ଥିବା ସମସ୍ତ ୨୪୨ ଜଣ ଲୋକ ପ୍ରାଣ ହରାଇଥିବା ଆଶଙ୍କା ପ୍ରକାଶ ପାଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Ramesh

Ramesh

ଅହମଦାବାଦରେ ଗୁରୁବାର ମଧ୍ୟାହ୍ନରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ଚତ୍ମକାର ଘଟଣା ଘଟିଛି। ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ କ୍ରାଶ ହେବା ପରେ ନିଆଁ ପିଣ୍ଡୁଳାରେ ପରିଣତ ହୋଇ ଯାଇଥିଲା। ଏଥିରେ ଥିବା ସମସ୍ତ ୨୪୨ ଜଣ ଲୋକ ପ୍ରାଣ ହରାଇଥିବା ଆଶଙ୍କା ପ୍ରକାଶ ପାଇଥିଲା। ଏମାନଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ରହିଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା କୁହାଯାଉଥିଲା। ରୂପାନୀ ପ୍ରାଣ ହରାଇଥିବା କେନ୍ଦ୍ରମନ୍ତ୍ରୀ ସିଆର ପାଟିଲ ସ୍ପଷ୍ଟ ମଧ୍ୟ କରିଛନ୍ତି। 

Advertisment

କିନ୍ତୁ ଏବେ ଗୋଟିଏ ଚମତ୍କାର ଘଟଣା ଘଟିଛି। ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ମାତ୍ର ଯାତ୍ରୀ। ଏତେ ବଡ଼ ବିମାନ ଦୁର୍ଘଟଣା ହୋଇଥିଲେ ହେଁ ୩୮ ବର୍ଷୀୟ ବିଶ୍ୱାସ କୁମାର ରମେଶ ସମସ୍ତଙ୍କୁ ଚକିତ କରି ଜୀବିତ ରହିଛନ୍ତି। ଦୁର୍ଘଟଣା ସ୍ଥଳରୁ ସେ ଚାଲଚାଲି ଆମ୍ବୁଲାନ୍ସ ଆଡ଼କୁ ଆସୁଥିବାର ଭିଡିଓ ସାମ୍ନାକୁ ଆସିଛି। 

ସେ ଦୁର୍ଘଟଣା ଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଏଆଇ ୧୭୧ର ୧୧ଏ ସିଟରେ ବସିଥିଲେ। ଉଡ଼ାଣ ଭରିବାର ୫ ମିନିଟ ମଧ୍ୟରେ ବିମାନଟି ମେଘାନି ନଗରରେ କ୍ରାଶ ହୋଇ ଯାଇଥିଲା। କିନ୍ତୁ ରମେଶ ବେଶ ଚତୁରତାର ସହ ଏଥିରୁ ଡେଇଁ ପଡ଼ିଥିଲେ। ଫଳରେ ସେ ବଞ୍ଚି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ରେମଶ ଆହତ ହୋଇଛନ୍ତି। ସେ ଘଟଣା ସ୍ଥଳରୁ ଚାଲି ଚାଲି ଆସୁଥିବାର ଭିଡିଓ ସାମ୍ନାକୁ ଆସିଛି। ସେଠାକୁ ସେ ଆସିବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ରମେଶ ଜଣେ ବ୍ରିଟିଶ ନାଗରିକ ବୋଲି କୁହାଯାଉଛି। ଏବେ ଅହମଦାବାଦର ଗୋଟିଏ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ ଈଶ୍ୱରଙ୍କ କୃପାରୁ ବର୍ତ୍ତି ଯାଇଥିବା କହିଛନ୍ତି। ତାଙ୍କ କହିବା କଥା ଯେ ଉଡ଼ାଣର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜୋରରେ ବିସ୍ଫୋରଣ ଶବ୍ଦ ହୋଇଥିଲା। କିନ୍ତୁ ଏହା କ୍ରାଶ କଲା ବେଳକୁ ସେ ବିମାନରୁ ଡେଇଁ ପଡ଼ିଥିଲେ। କିଛି ସମୟ ପରେ ସେ ଉଠିଥିଲେ। ଏହି ସମୟରେ ତାଙ୍କ ଆଖପାଖରେ ଏକାଧିକ ମୃତଦେହ ପଡ଼ିଥିଲା। ଏହାକୁ ଦେଖି ସେ ପୂରା ଡରି ଯାଇଥିଲେ। ସେହିପରି ବିମାନର ଭଗ୍ନାଂବଶେଷ ମଧ୍ୟ ସେ ଏତେତେଣେ ପଡ଼ି ଥିବା ଦେଖିଛନ୍ତି। ଏହାକୁ ଦେଖି ସେ ଜୀବନ ବିକଳରେ ଦୁର୍ଘଟଣା ସ୍ଥଳରୁ ବାହାରି ମୁଖ୍ୟ ରାସ୍ତାକୁ ଚାଲି ଚାଲି ଆସିବା ପରେ ତାଙ୍କୁ କେହି ଆମ୍ବୁଲାନ୍ସରେ ଭର୍ତ୍ତି କରି ହସ୍ପିଟାଲ ନେଇ ଆସିଥିବା ରମେଶ କହିଛନ୍ତି।

ବିମାନ ଦୁର୍ଘଟଶରେ ଏକମାତ୍ର ଯାତ୍ରୀ ଜୀବିତ ଥିବା ମଧ୍ୟ ଅହମଦାବାଦ ପୁଲିସ୍‌ କମିଶନର ଜିଏସ୍‌ ମଲିକ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ପୁଲିସ୍‌ ୧୧ ଏ ସିଟରୁ ଜଣଙ୍କୁ ଜୀବିତ ଅବସ୍ଥାରେ ଠାବ କରିଛି। ବର୍ତ୍ତି ଯାଇଥିବା ଯାତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ମୃତ୍ୟୁସଂଖ୍ୟା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ପାରିବ ନାହିଁ।

କିନ୍ତୁ ବିମାନରେ ଥିବା ଲୋକଙ୍କ ବଞ୍ଚିବା ଆଶା କ୍ଷୀଣ। ବିମାନଟି ଗୋଟିଏ ଆବାସିକ ଅଞ୍ଚଳରେ ଖସି ପଡ଼ିଥିଲା। ତେଣୁ ବିମାନ ଯାତ୍ରୀ ବାଦ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨୦୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡ଼ିଛି।”

Air India Plane Crash Air India Flight