Advertisment

ପତଞ୍ଜଳି ଟୁଥ୍‌ପେଷ୍ଟରେ ଆମିଷ? ଆକ୍ସନ୍‌ ମୁଡ୍‌ରେ ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର, ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI), ପତଞ୍ଜଳି, ଦିବ୍ୟା ଫାର୍ମାସି, ଯୋଗଗୁରୁ ରାମଦେବଙ୍କୁ ନୋଟିସ୍‌ ଜାରି କରିଛନ୍ତି।

author-image
Madhupriya Mistry
Ramdev

Ramdev

ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି। ନିରାମିଶ ପ୍ରଡକ୍ଟରେ ବିକ୍ରି ହେଉଛି ଆମିଷ। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶି ମିଶିଥିବା ଅଭିଯୋଗ ହୋଇଛି। ନିରାମିଷ ନାଁରେ ଆମିଷକୁ ବିକ୍ରି କରୁଛି ପତଞ୍ଜଳି। ଏନେଇ ଆବେଦନ ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ଦିଲ୍ଲୀ ହାଇକୋର୍ଟ। ବାବା ରାମଦେବ ଓ ପତଞ୍ଜଳିକୁ ନୋଟିସ୍‌ ଜାରି ହୋଇଛି।

Advertisment

ଅଭିଯୋଗ ମୁତାବକ, ଶାକାହାରୀ ବ୍ରାଣ୍ଡ ଭାବରେ ବଜାରରେ ବିକ୍ରି ହେଉଥିବା ପତଞ୍ଜଳିର ଦିବ୍ୟା ଟୁଥପେଷ୍ଟ ତଥା ଦନ୍ତ ମଞ୍ଜନରେ ରହିଛି ମାଛର ଅଂଶ ବା ଉପାଦାନ। ଯାହା ଏକ ଶାକାହାରୀ ତଥା ନିରାମିଷ ନୁହେଁ। ବଜାରରେ ଏହି ଦିବ୍ୟ ଟୁଥପେଷ୍ଟକୁ ସବୁଜ ବିନ୍ଦୁ (ଗ୍ରୀନ୍‌ ଡଟ୍‌) ସହ ବିକ୍ରି କରାଯାଉଛି। ଯାହା ନିରାମିଷ ବୋଲି ଦର୍ଶାଉଛି। କିନ୍ତୁ ପତଞ୍ଜଳିର ଏହି ପ୍ରଡକ୍ଟରେ ମାଛର ଅଂଶ ମିଶିଥିବା ଆବେଦନକାରୀ ହାଇକୋର୍ଟରେ ଦାବି କରିଛନ୍ତି।

ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର, ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI), ପତଞ୍ଜଳି, ଦିବ୍ୟା ଫାର୍ମାସି, ଯୋଗଗୁରୁ ରାମଦେବ ଏବଂ ଅନ୍ୟ ସଂପୃକ୍ତ ପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ କୌଣସି ଔଷଧକୁ ନିରାମିଷ କିମ୍ବା ଆମିଷ ବୋଲି ଘୋଷଣା କରିବାର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଦିବ୍ୟ ମଞ୍ଜନର ପ୍ୟାକେଜିଂରେ ଭୁଲ ଭାବରେ ଗ୍ରୀନ୍‌ ଡଟ୍‌କୁ ଦର୍ଶାଯାଇଛି। ଯାହା ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ଅନୁଯାୟୀ ଭୁଲ ଅଟେ।

Advertisment

ଆବେଦନକାରୀଙ୍କ କହିବା ମୁତାବକ, ଦିବ୍ୟ ଦନ୍ତ ମଞ୍ଜନରେ ସମୁଦ୍ର ଫୋନ୍‌ (Sepia officinalis) ଥିବା ଜଣାପଡିଛି। ଯାହା ମାଛର ଅଂଶ ବା ଉପାଦାନରୁ ଉତ୍ପନ୍ନ। ଏହା ତାଙ୍କ ଏବଂ ତାଙ୍କ ପରିବାର ପାଇଁ ଦୁଃଖର ବିଷୟ, ଯେଉଁମାନେ ଧାର୍ମିକ ବିଶ୍ୱାସ ଏବଂ ଆସ୍ଥା ପାଇଁ କେବଳ ନିରାମିଷ ଉପାଦାନ / ଉତ୍ପାଦ ଖାଉଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ରେ ହେବ।

Baba Ramdev Patanjali Delhi High Court