Advertisment

ଟ୍ରଲର ବୁଡ଼ିବାର ୫ ଦିନ ପରେ ମତ୍ସ୍ୟଜୀବୀ ଉଦ୍ଧାର, ବର୍ଷା ପାଣି ବଞ୍ଚାଇଲା ଜୀବନ

୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ। ବଞ୍ଚିବାର ଆଶା ଟିକକ ଲାଗି ସେ ପାଇଛନ୍ତି ନୂଆ ଜୀବନ ।

Rescue

Rescue

Advertisment

୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ। ବଞ୍ଚିବାର ଆଶା ଟିକକ ଲାଗି ସେ ପାଇଛନ୍ତି ନୂଆ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳରେ ଘଟିଛି।

Advertisment

ଟ୍ରଲର ବୁଡ଼ିବାର ୫ ଦିନ ପରେ ଜଣେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ବାଂଲାଦେଶର ଏକ ଜାହାଜ MV-ଜୱାଦେର ସଂପୃକ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି।

ସମୁଦ୍ରରେ ଭାସୁଥିବା ବେଳେ ତାଙ୍କୁ ଲାଇଫ୍ ଜ୍ୟାକେଟ ପିନ୍ଧାଇ ଏକ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଉଦ୍ଧାର ମତ୍ସ୍ୟଜୀବୀଙ୍କ ନାଁ ରବୀନ୍ଦ୍ରନାଥ ଦାସ। ତାଙ୍କ ଘର ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ।

Advertisment

ଗତ ୮ ଦିନ ତଳେ ସେ ଏବଂ ତାଙ୍କର ୧୫ ଜଣ ସାଥୀ ଏକ ଟ୍ରଲର ଯୋଗେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ମାତ୍ର ଏକ ସାମୁଦ୍ରିକ ଝଡ଼ରେ ଟ୍ରଲର ବୁଡ଼ିବା ପରେ ସମସ୍ତେ ଏଣେତେଣେ ଭାସି ଯାଇଥିଲେ। ରବୀନ୍ଦ୍ର ମଧ୍ୟ ଜୀବନ ବିକଳରେ ମଝି ସମୁଦ୍ରରେ ପହଁରିବାକୁ ଲାଗିଥିଲେ।

ପରେ ନିଜ ପକେଟରେ ଥିବା ଲାଇଫ୍ ଜ୍ୟାକେଟ୍ ପିନ୍ଧି ସେ ସମୁଦ୍ରରେ ଭାସିବାକୁ ଲାଗିଥିଲେ। ଦିନ ପରେ ଦିନ ଅଖିଆ ଅପିଆ ସେ ସମୁଦ୍ର ମଝିରେ ଭାସିବାକୁ ଲାଗିଲେ। ଆଉ ବର୍ଷା ହେଲେ ଉପରକୁ ଅନାଇ ନିଜର ଶୋଷ ମେଣ୍ଟାଉଥିଲେ। ଆଶା ଥିଲେ କେହି ନା କେହି ତାଙ୍କୁ ନିଶ୍ଚୟ ଉଦ୍ଧାର କରିବେ। ଆଉ ଶେଷରେ ୫ ଦିନ ପରେ ତାଙ୍କର ଆଶା ପୂରଣ ହେଲା।

ବାଂଲାଦେଶର ଏକ ଜାହାଜ ସମୁଦ୍ରରେ ଯାଉଥିବା ବେଳେ ଜାହାଜର କ୍ୟାପଟେନଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ପରେ ଜାହାଜ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ।

West Bengal Rescue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe