Advertisment

ଚଳନ୍ତା ଟ୍ରେନ୍‌ର ଇଞ୍ଜିନରୁ ଅଲଗା ହେଲା ବଗି

ଚଳନ୍ତା ଟ୍ରେନ୍‌ର ଇଞ୍ଜିନରୁ ହଠାତ୍‌ ଅଲଗା ହୋଇଯାଇଛି ୫ଟି ବଗି।

ଅଦ୍ୟତନ ହୋଇଛି
bogies-of-express-train-detached

bogies-of-express-train-detached

Advertisment

ଟଳିଲା ବଡ଼ ଦୁର୍ଘଟଣା। ଚଳନ୍ତା ଟ୍ରେନ୍‌ର ଇଞ୍ଜିନରୁ ଅଲଗା ହେଲା ବଗି। ବିହାର ବେତିୟାରେ ଘଟିଛି ଏହି ଘଟଣା। ମୁଜଫରପୁର ନରକଟିଆଗଞ୍ଜର ବେତିୟା ରେଳ ଷ୍ଟେସନ ନିକଟରେ ସତ୍ୟାଗ୍ରହ ଏକ୍ସପ୍ରେସ ଟ୍ରନ୍‌ରେ ଏହି ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରେନ୍‌ର ଇଞ୍ଜିନରୁ ହଠାତ୍‌ ଅଲଗା ହୋଇଯାଇଛି ୫ଟି ବଗି। ଏହାପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ସୂଚନା ମିଳିବା ପରେ ରେଲଓ୍ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛନ୍ତି।

Advertisment

ସୂଚନା ମୁତାବକ, ଆଜି ସତ୍ୟାଗ୍ରହ ଏକ୍ସପ୍ରେସ ଟ୍ରେନ୍‌ରେ ଏକ ନୂଆ ବଗି ଯୋଡା ଯାଇଥିଲା। ରକ୍ସୌଲରୁ ମଝୌଲିଆ ନିକଟରେ ପହଞ୍ଚିବା ପରେ ଟ୍ରେନ୍‌ର ଇଞ୍ଜିନରୁ ହଠାତ୍‌ ପାଞ୍ଚଟି ବଗି ଅଲଗା ହୋଇଯାଇଥିଲା। ଏହାପରେ ବଗିକୁ ଛାଡି ଟ୍ରେନ୍‌ର ଇଞ୍ଜିନ ଅନେକ କିଲୋମିଟର ଯାଏ ଦୌଡି ଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ସେପଟେ ଘଟଣାର ଖବର ପାଇବା ପରେ ପୂର୍ବ ମଧ୍ୟ ରେଲଓ୍ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବଗିକୁ ପୁଣି ଥରେ ଇଞ୍ଜିନ ସହ ଯୋଡି ଥିଲେ ଓ ଟ୍ରେନ୍‌ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା। ସେପଟେ ଏହି ଘଟଣା ଯୋଗୁ ଏହି ରେଲଓ୍ୱେ ଟ୍ରାକ୍‌ରେ କିଚି ସମୟ ପାଇଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିଲା।

Advertisment
Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe