Advertisment

ବସ୍‌କୁ ଅପେକ୍ଷା କରିଥିଲେ, କିନ୍ତୁ ବସ୍‌ ମାଡ଼ି ଗଲା: ମହିଳାଙ୍କ ସମେତ ୫ ଯାତ୍ରୀ ମୃତ

ଏହି ବସ୍‌କୁ ରାଜସ୍ଥାନରୁ ଆସୁଥିବା ଗୋଟିଏ ଘରୋଇ ବସ୍‌ ଧକ୍କା ଦେବାରୁ ଏହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି।

author-image
Hemant Lenka
Accident

Accident

ଏମିତି ବି ଆସେ ମୃତ୍ୟୁ। ରାସ୍ତା କଡ଼ରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଘଟିଛି ଅଘଟଣ। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଉପରେ ଗୁଜରାଟ ରାଜ୍ୟ ଆଞ୍ଚଳିକ ପରିବହନ କର୍ପୋରେସନର ଗୋଟିଏ ବସ୍‌ ମାଡ଼ି ଯାଇଛି।

Advertisment

ଏହି ବସ୍‌କୁ ରାଜସ୍ଥାନରୁ ଆସୁଥିବା ଗୋଟିଏ ଘରୋଇ ବସ୍‌ ଧକ୍କା ଦେବାରୁ ଏହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗାନ୍ଧିନଗରର କାଲୋଲ ସହରରେ ଥିବା ଅମ୍ବିକାନଗର ବସ୍‌ ଷ୍ଟପ ନିକଟରେ ଏହି ଘଟଣା ଘଟିଛି।

ପୁଲିସ୍‌ କହିଛି ଯେ ଆଜି ଅନେକ ଯାତ୍ରୀ ଅମ୍ବିକାନଗର ବସ୍‌ ଷ୍ଟପ ନିକଟରେ ସେମାନଙ୍କ ବସ୍‌କୁ ଅପେକ୍ଷା କରିଥିଲେ। ଏଠାରୁ ଜିଏସ୍‌ଆରସିଟିସିର ଗୋଟିଏ ବସ୍‌ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ନେବାର ଥିଲା। ବସ୍‌ଟି ମଧ୍ୟ ଲୋକଙ୍କ ପାଖକୁ ଆସୁଥିଲା। ତେବେ ଏହି ସମୟରେ ରାଜସ୍ଥାନରୁ ଆସିଥିବା ଗୋଟିଏ ଘରୋଇ ବସ୍‌ ହଠାତ୍‌ ପଛପଟୁ ଦ୍ରୁତଗତିରେ ଜିଏସ୍‌ଆରସିଟିସିର ବସ୍‌କୁ ଧକ୍କା ଦେଇଥିଲା।

Advertisment

ଫଳରେ ଜିଏସ୍‌ଆରସିଟିସି ବସ୍‌ର ଡ୍ରାଇଭର ଭାରସାମ୍ୟ ହରାଇ ଥିଲେ। ଏହାପରେ ବସ୍‌ ଷ୍ଟପ ନିକଟରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏହା ମାଡ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତଦେହ ଗୁଡ଼ିକୁ ଗାନ୍ଧିନଗର ସିଭିଲ ହସ୍ପିଟାଲରେ ରଖାଯାଇଛି। ସେଠାରେ ସେଗୁଡ଼ିକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ପୁଲିସ୍‌ ରାଜସ୍ଥାନରୁ ଆସିଥିବା ବସ୍‌ ଡ୍ରାଇଭରଙ୍କ ନାଁରେ ମାମଲା କରିଥିବା ବେଳେ ସେ ଦୁର୍ଘଟଣା ପରେ ଫେରାର ହୋଇଯାଇଛନ୍ତି।

Accident Gujarat