Advertisment

ହୃଦୟ ବିଦାରକ, ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୫ ମୃତ

ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ତିନି ପିଲା ଅଛନ୍ତି।

ଅଦ୍ୟତନ ହୋଇଛି
Five Family Member Died

Five Family Member Died

Advertisment

ବନ୍ଦ ଘରୁ ମିଳିଲା ୫ ଜଣଙ୍କ ମୃତଦେହ। ଶୋଇଥିବା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ଆଖିବୁଜିଲେ ଗୋଟିଏ ପରିବାରର ୫ ଜଣ। ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରେ ଘଟିଛି ଏଭଳି କିଛି ହୃଦୟ ବିଦାରକ ଘଟଣା।

Advertisment

ସୂଚନା ଅନୁଯାୟୀ, ଶ୍ରୀନଗରର ପନ୍ଦ୍ରେଥନ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ପନ୍ଦ୍ରେଥନରେ ଭଡ଼ାରେ ରହୁଥିବା ପରିବାରର ପାଞ୍ଚ ଜଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ତିନି ପିଲା ଅଛନ୍ତି।

ଏହି ପରିବାର ପନ୍ଦ୍ରାଥନରେ ଭଡ଼ାରେ ରହୁଥିଲେ। ଏମାନେ ମୁଖ୍ୟତଃ ବାରାମୂଳାର ବାସିନ୍ଦା ଥିଲେ। ପୂରା ଅଞ୍ଚଳରେ ଅଧିକ ଥଣ୍ଡା ଜାରି ରହିଥିବାରୁ ଘରେ ସମସ୍ତେ କବାଟ ବନ୍ଦ କରି ଶୋଇଥିଲେ। ତେବେ ଘରେ ଜଳା ଯାଇଥିବା ନିଆଁ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ହସ୍ପିଟାଲ ନେଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment

ପୀଡ଼ିତଙ୍କ ପରିଚୟ ଏଜାଜ ଅହମ୍ମଦ ଭଟ୍ଟ (୩୮), ତାଙ୍କ ପତ୍ନୀ ସଲୀମା (୩୨) ଏବଂ ତାଙ୍କ ତିନି ସନ୍ତାନ, ଅରିବ (୩), ହମଜା (୧୮) ଏବଂ ଆଉ ଜଣେ ୧ ମାସର ଶିଶୁ। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। ସେପଟେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଓ ଉପ-ରାଜ୍ୟପାଳ ମନୋହ ସିହ୍ନା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ମୁଖ୍ୟତଃ ଶୀତ ଦିନେ ଥଣ୍ଡାରୁ ବର୍ତ୍ତିବା ପାଇଁ ଲୋକେ ଘରେ ଗ୍ୟାସ୍‌ ହିଟର୍‌ ଏବଂ କୋଇଲା ଜାଳି ବସନ୍ତି। ତେବେ ଏଥିରୁ କାର୍ବନ ମନୋଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇ ଲୋକଙ୍କ ମୃତ୍ୟୁ ହୋଇଥାଏ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଶ୍ମୀର ଅଞ୍ଚଳରେ ଅଧିକ ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଖୋଲା ଅଗ୍ନି ଉପକରଣ ବ୍ୟବହାର କରୁଥିବା ଲୋକଙ୍କୁ ଅଧିକାରୀମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। 

Jammu Kashmir Five Members Of Family Died
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe