Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନକ୍ସଲ ସଫା

ଆଜି ନାରାୟଣପୁର, କୋଣ୍ଡାଗାଁ, ଦାନ୍ତେୱାଡା ଓ ବସ୍ତର ଜିଲ୍ଲାର ଡିଆରଜି ଯବାନ ଓ ଆଇଟିବିପିର ଯବାନମାନେ ମିଳିତ ଭାବେ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇଥିଲେ।

Naxal

Naxal

Advertisment

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଏଠାରେ ଚାଲିଥିବା ଏନକାଉଣ୍ଟରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ସେହିପରି ନକ୍ସଲଙ୍କ ସହ ଲଢ଼େଇ କରିବା ପରେ ୩ ଜଣ ଯବାନ ଆହତ ହୋଇଛନ୍ତି। ଓରଚ୍ଚା ଅଞ୍ଚଳରେ ଥିବା ଗୋବାଲ ଗାଁ ନିକଟରେ ଥିବା ଗୋଟିଏ ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ ବେଳେ ଏପରି ଗୁଳିବିନିମୟ ହୋଇଥିବା ପୁଲିସ୍‌ କହିଛି।

Advertisment

ଆଜି ନାରାୟଣପୁର, କୋଣ୍ଡାଗାଁ, ଦାନ୍ତେୱାଡା ଓ ବସ୍ତର ଜିଲ୍ଲାର ଡିଆରଜି ଯବାନ ଓ ଆଇଟିବିପିର ଯବାନମାନେ ମିଳିତ ଭାବେ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀମାନେ ଦେଇଥିଲେ।

ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟ ଶେଷ ହେବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ୫ ଜଣ ନକ୍ସଲଙ୍କ ମୃତଦେହ ମିଳିଥିଲା। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ତେବେ ସେମାନଙ୍କର ପରିଚୟ ମିଳିନାହିଁ।

Advertisment

ସେହିପରି ଅପରେସନ ବେଳେ ଆହତ ହୋଇଥିବା ୩ ଜଣ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ଏହାପରେ ସେମାନଙ୍କୁ ହେଲିକପ୍ଟର ଯୋଗେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Naxal Naxal Encounter Chhattisgarh Naxal Attack Naxal Attack Naxal Dead Naxal Activities
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe