Advertisment

ରାତି ଅଧରେ ଟ୍ରାକ୍ଟରକୁ ପିଟିଲା ବସ୍‌; ଚାଲିଗଲା ୫ ଜୀବନ, ୪୫ ଗୁରୁତର

ଏକ ବସ୍‌ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪୫ ଜଣ ଗୁରୁତର ହୋଇଛନ୍ତି।

Accident Spot

Accident Spot

Advertisment

ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ- ପୁଣେ ଏକ୍ସପ୍ରେସ୍‌ ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪୫ ଜଣ ଗୁରୁତର ହୋଇଛନ୍ତି।

Advertisment

ବସ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ପନ୍ଦରପୁର ଅଭିମୁଖେ ଯାଉଥିଲେ। ବିଳମ୍ବିତ ରାତି ପ୍ରାୟ ଗୋଟାଏ ପରେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାରେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ଉଭୟ ବସ୍‌ ଓ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ଗଭୀର ଖାଇରେ ଖସି ପଡ଼ିଥିଲେ।

ରାତିର ଅନ୍ଧକାରରେ ଲୋକଙ୍କ ଚିତ୍କାର ଶୁଣି ତୁରନ୍ତ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖାଇରୁ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନ୍ୟମାନେ ଚିକିତ୍ସିତ ଥିବା ଜଣାଯାଇଛି।

Advertisment

ନଭି ମୁମ୍ବାଇ ଡିସିପି ଓ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏଥିସହ ସେମାନେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Mumbai Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe