Advertisment

ନିଜ ଘରେ ରଚିଲେ ମୃତ୍ୟୁର ତାଣ୍ଡବ; ମା’ ପତ୍ନୀ ଓ ୩ ଛୁଆଙ୍କ ଜୀବନ ନେଇ ନିଜକୁ ଗୁଳି କଲେ

ପ୍ରଥମେ ସେ ନିଜ ମା’ ୬୨ ବର୍ଷୀୟା ସାବିତ୍ରୀ ଦେବୀଙ୍କୁ ଗୁଳି ମାରିଥିବା ବେଳେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ଦେଇଥିଲେ। ଏହାପରେ ନିଜର ୩ ଛୁଆ ୧୨ ବର୍ଷୀୟା ଓ ୮ ବର୍ଷୀୟା ଝିଅ ଓ ୪ ବର୍ଷର ପୁଅକୁ ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଥିଲେ।

House

House

Advertisment

ନିଶା ହେଲା କାଳ । ଫଳରେ ନିଜ ପରିବାର ବି ଲାଗିଲା ପର। ଦିନେ ଯେଉଁ ଘର ହସଖୁସିରେ ଉଛୁଳି ଉଠୁଥିଲା ଏବେ ସେଠି ସମ୍ପୂର୍ଣ୍ଣ ନୀରବତା। ଯିଏ ନିଜ ପରିବାର ସଦସ୍ୟଙ୍କ ରକ୍ଷାକର୍ତ୍ତା ସାଜିବା କଥା, ସିଏ ହିଁ ନିଜ ଘରେ ରଚିଲେ ମୃତ୍ୟୁର ତାଣ୍ଡବ । ଜଣକ ପରେ ଜଣେ କରି ନିଜ ମା’, ପତ୍ନୀ ଓ ୩ ଛୁଆଙ୍କ ଜୀବନ ନେଲେ । ଶେଷରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ। ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶା ସୀତାପୁରରେ ଘଟିଛି।

Advertisment

ମଥୁରା ଥାନା ଅଧୀନ ପହ୍ଲାପୁର ଗାଁରେ ଏହି ସାଂଘାତିକ ଘଟଣା ଘଟିଛି। ଗାଁର ଅନୁରାଗ ସିଂହ ଗତ ରାତିରେ ନିଜ ହାତରେ ନିଜ ପରିବାରକୁ ଛାରଖାର କରି ଦେଇଛନ୍ତି। ପ୍ରଥମେ ସେ ନିଜ ମା’ ୬୨ ବର୍ଷୀୟା ସାବିତ୍ରୀ ଦେବୀଙ୍କୁ ଗୁଳି ମାରିଥିବା ବେଳେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ଦେଇଥିଲେ। ଏହାପରେ ନିଜର ୩ ଛୁଆ ୧୨ ବର୍ଷୀୟା ଓ ୮ ବର୍ଷୀୟା ଝିଅ ଓ ୪ ବର୍ଷର ପୁଅକୁ ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଅନୁରାଗ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

Advertisment

ନିକଟ ସମ୍ପର୍କୀୟଙ୍କ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଅନୁରାଗ ସବୁବେଳେ ନିଶାସକ୍ତ ରହୁଥିବା ବେଳେ ମାନସିକ ଭାବେ ବିଚଳିତ ରହୁଥିଲେ। ତେଣୁ ସେ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

ପୁଲିସ୍‌ ଓ ଫରେନସିକ ଟିମ୍‌ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି। ତେବ ଏକ ସଙ୍ଗେ ଗୋଟିଏ ଘରର ୬ ସଦସ୍ୟଙ୍କ ମୃତ୍ୟୁ ପରେ ସମଗ୍ର ଗାଁ ସ୍ତଗ୍ଧ ହୋଇ ଯାଇଛି।

Family Dead Mass Murder Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe