Advertisment

ଇଟା ଭାଟି ଉପରେ ଶୋଇଥିଲେ, ଚାଲିଗଲା ୫ ଜଣଙ୍କ ଜୀବନ

୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି।

author-image
Madhupriya Mistry
Brick kiln

Brick kiln

ରାତିରେ ଇଟା ଭାଟି ଉପରେ ଶୋଇଥିଲେ। ସକାଳୁ ଆଉ ଉଠିଲେନି। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୫ ଜଣ ଶ୍ରମିକଙ୍କ ଜୀବନ। ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୁଞ୍ଜ ବିହାରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ପୁଲିସ ସୂଚନା ମୁତାବକ, ମଙ୍ଗଳବାର ଗଢ଼ଫୁଜର ଗାଁରେ ଏକ ଇଟା ଭାଟି ଉପରେ ୬ ଜଣ ଶ୍ରମିକ ଶୋଇଥିଲେ। ତେବେ ବୁଧବାର ସକାଳୁ ଶ୍ରମିକମାନେ ଆଉ ଉଠିନଥିଲେ। ଶୋଇଥିବା ଅବସ୍ଥାରେ ହିଁ ଅଣନିଶ୍ୱାସ ହୋଇ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। 

ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହ ୫ ଶ୍ରମିକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଇଟା ଭାଟି ଧୂଆଁରେ ଅଣ ନିଶ୍ୱାସୀ ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। 

Advertisment

ଏ ସମସ୍ତ ଶ୍ରମିକ ଇଟା ଭାଟିରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଇଟା ତିଆରି କରିବା ପାଇଁ ଏମାନେ ନିଆଁ ଲଗାଇ ଇଟା ଭାଟି ଉପରେ ହିଁ ଶୋଇପଡିଥିଲେ। ଏଥିଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ କହିଛି। ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିବା ସହ ମୃତକଙ୍କୁ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଛି। 

Chhattisgarh Dead Body Labour Death