Advertisment

ରକେଟ ମାଡ଼ କରି ଘର ଉଡ଼ାଇ ଦେଲା ସେନା, ଭିତରେ ଥିଲେ ୫ ଆତଙ୍କବାଦୀ

ଗତକାଲିଠୁ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଆଜି ସକାଳେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା। ଆତଙ୍କବାଦୀମାନେ ଲୁଚିଥିବା ଘରକୁ ରକେଟ ମାଡ଼ କରି ଉଡ଼ାଇ ଦେଇଛି ସେନା।

author-image
Niharika Rout
Firing

Firing

ଜମ୍ମୁ-କଶ୍ମୀରରେ ଗତକାଲି ଆତଙ୍କବାଦୀ ନିରୋଧ ଅପରେସନ ଆରମ୍ଭ ହୋଇଥିବା ବେଳେ ଆଜି ସକାଳୁ ସେନାକୁ ମିଳିଛି ବଡ଼ ସଫଳତା। ଗତକାଲିଠୁ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଆଜି ସକାଳେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା। ଆତଙ୍କବାଦୀମାନେ ଲୁଚିଥିବା ଘରକୁ ରକେଟ ମାଡ଼ କରି ଉଡ଼ାଇ ଦେଇଛି ସେନା। ମୃତ ଆତଙ୍କବାଦୀମାନେ ଲସ୍କର -ଇ ତୋଇବା ସଂଗଠନର ବୋଲି ସନ୍ଦେହ କରାଯାଉଛି ।

Advertisment

ଆତଙ୍କବାଦୀ ନିରୋଧ ଅପରେସନ ଜମ୍ମୁ କଶ୍ମୀରର କୁଲଗାମ ଅଞ୍ଚଳରୁ ଗତକାଲିଠୁ ଆରମ୍ଭ ହୋଇଥିଲ। ଉକ୍ତ ସମୟରେ କୁଲଗାମର ଦମହାଲ ହାଞ୍ଜି ପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହାପରେ ଉକ୍ତ ଅଞ୍ଚଳକୁ ଚାରିପଟୁ ସିଲ୍‌ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା। ଏହାଦେଖି ଏକ ଘରେ ଲୁଚି ରହିଥିବା ଆତଙ୍କବବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।

ଖବର ପାଇ ଜମ୍ମୁ-କଶ୍ମୀର ପୁଲିସ୍‌, ସେନାର ୩୪ ରାଷ୍ଟ୍ରୀୟ ରାଇଫଲ୍ସ ଟିମ୍‌ ଓ ସିଆରପିଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀମାନେ ଲୁଚିଥିବା ଘରକୁ ଚାରିପଟୁ ଘେରି ଯାଇଥିଲେ। ଚାରିପଟୁ ଘେରା ହୋଇ ସାରିଥିବା ଜାଣିବା ପରେ ଆତଙ୍କବାଦୀମାନେ ଖୋଲାଖୋଲି ଫାୟାରିଂ ଆରମ୍ଭ କରି ଦେଇଥିଲେ। ଏହାପରେ ସେନା ପକ୍ଷରୁ ଆଜି ସକାଳୁ ଉକ୍ତ ଘର ଉପରକୁ ରକେଟ ମାଡ଼ କରାଯାଇଥିଲା। ଫଳରେ ଏକ ସଙ୍ଗେ ୫ ଆତଙ୍କବାଦୀ ସଫା ହୋଇ ଯାଇଥିବା ଜଣାଯାଇଛି।

Advertisment

କଶ୍ମୀର ଜୋନ ପୁଲିସ୍‌ ପକ୍ଷରୁ କରାଯାଇଥିବା ଟ୍ୱିଟ ଅନୁଯାୟୀ, କୁଲଗାମର ଦମହାଲ ହାଞ୍ଜି ପୋରା ଅଞ୍ଚଳରେ ଗୁରୁବାରଠୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେନା ପକ୍ଷରୁ କିଛି ଆତଙ୍କବାଦୀଙ୍କୁ ଚାରିପଟୁ ଘେରା ଯାଇଥିବା ବେଳେ ଉଭୟ ପଟୁ ଗୋଳାବାରି ଚାଲିଥିଲା। ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଏବେ ଦିନକୁ ଦିନ ପାରଦ ତଳକୁ ଖସୁଥିବାରୁ ଜମ୍ମୁ-କଶ୍ମୀରରେ ପାଗ ଖରାପ ହେବାକୁ ଲାଗିଛି। ବୁଧବାର ନିୟନ୍ତ୍ରଣ ରେଖା ନିକଟ ଓରି ସେକ୍ଟରରେ ୨ ଆତଙ୍କବାଦୀ ଦେଶ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ନିପାତ କରାଯାଇଥିଲା। ଉକ୍ତ ଦୁଇ ଆତଙ୍କବାଦୀ PoK କମାଣ୍ଡର ୱରିସ ଅହମ୍ମଦ ମଲ୍ଲିକ ଓ ଅହମ୍ମଦ ଗଦି ଶେଖ ବୋଲି ଜଣାଯାଇଛି। ସେମାନଙ୍କ ପକ୍ଷରୁ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

Terror Attack Jammu Kashmir CRPF Army