Advertisment

ବାଣ କାରଖାନାରେ ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ବାଣ ତିଆରି ଚାଲିଥିବା ସମୟରେ ବିସ୍ଫୋରଣ ହେବାରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

author-image
Debibandita Barick
Explosion File Photo

Explosion File Photo

ମହାରାଷ୍ଟ୍ର ନାଗପୁରର ଏକ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ବାଣ ତିଆରି ଚାଲିଥିବା ସମୟରେ ବିସ୍ଫୋରଣ ହେବାରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏଥିସହ ୫ ଜଣ ମଧ୍ୟ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ନାଗପୁରର ହିଙ୍ଗନା ଥାନା ଅନ୍ତର୍ଗତ ଚାମୁଣ୍ଡି ଏକ୍ସପ୍ଲୋସିଭ ଗୋଦାମରେ ଏହି ବିସ୍ଫୋରଣ ଘଟିଛି। ଆଜି ଦିନ ଗୋଟାଏରେ ବିସ୍ଫୋରଣ ଘଟିଥିଲା। ଏହି ସମୟରେ ଶ୍ରମିକମାନେ ବିସ୍ଫୋରକ ପ୍ୟାକ୍ କରୁଥିଲେ। ଫଳରେ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। 

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଆହତ ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ କହିଛି। 

Advertisment

ଅନ୍ୟପଟେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ ପରେ ବାଣ କାରଖାନା ମାଲିକ ଓ ମ୍ୟାନେଜର ଫେରାର୍ ହୋଇ ଯାଇଥିବା ସେ ଅଭିଯୋଗ କରିଛନ୍ତି। 

Maharashtra Fire Incident Crackers Factory Blast Fire Crackers Factory