Advertisment

ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ

ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।

Air India

Air India

Advertisment

ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ଖରାପ ପାଗ ପାଇଁ ଜୟପୁରକୁ ଡାଇଭର୍ଟ ହେବା ଓ ଡ୍ୟୁଟି ସରି ଯାଇଥିବାରୁ ପାଇଲଟ ଆଉ ବିମାନ ନ ଉଡ଼ାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡାଇଭର୍ଟ ଓ ପାଇଲଟଙ୍କ ହରକତ ଯୋଗୁ ଶତାଧିକ ଯାତ୍ରୀ ଏୟାରପୋର୍ଟରେ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରିଥିଲେ। ଶେଷରେ ସେମାନଙ୍କୁ ବସ୍‌ ଯୋଗେ ଦିଲ୍ଲୀ ଅଣାଯାଇଛି।

Advertisment

ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା। ଫଳରେ ସେମାନଙ୍କୁ ବହୁ ଘଣ୍ଟା ଖର୍ଚ୍ଚ କରି ବସ୍‌ ଯୋଗେ ଦିଲ୍ଲୀ ଆସିବାକୁ ପଡ଼ିଛି।

ଏୟାର ଇଣ୍ଡିଆର ଏଆଇ-୨୦୨୨ ପ୍ୟାରିସରୁ ରବିବାର ରାତି ୧୦ଟାରେ ଉଡ଼ାଣ ଭରିଥିଲା। ଏହା ସୋମବାର ସକାଳ ୧୦.୩୫ରେ ଦିଲ୍ଲୀରେ ପହଞ୍ଚିବା ଥିଲା। କିନ୍ତୁ ଦିଲ୍ଲୀରେ ପ୍ରଦୂଷଣ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁ ବିମାନକୁ ଜୟପୁରକୁ ଡାଇଭର୍ଟ କରାଯାଇଥିଲା।

Advertisment

ଜୟପୁରରେ ପହଞ୍ଚିବା ପରେ ବିମାନଟି ପୁଣି ଦିଲ୍ଲୀ ଉଡ଼ାଣ ଅନୁମତିକୁ ଅପେକ୍ଷା କରି ରହିଥିଲା। ତେବେ ଏହି ସମୟରେ ବିମାନ ପାଇଲଟଙ୍କ ଡ୍ୟୁଟି ଶେଷ ହୋଇଯାଇଥିଲା। ତେଣୁ ସେ ଆଉ ବିମାନ ଉଡ଼ାଇବାକୁ ରାଜି ହୋଇ ନଥିଲେ।

ଦିଲ୍ଲୀ ଯିବାକୁ ଥିବା ଯାତ୍ରୀମାନେ ପ୍ରାୟ ୭ ଘଣ୍ଟା ଧରି ଅପେକ୍ଷା କରି ରହିଥିବା ବେଳେ ବିକଳ୍ପ ବିମାନ ପାଇଁ ଦାବି କରିଥିଲେ। ହେଲେ ସେମାନଙ୍କୁ କୌଣସି ପ୍ରକାରର ବିକଳ୍ପ ବିମାନ ଯୋଗାଇ ଦିଆଯାଇ ନଥିଲା।

ଯାତ୍ରୀମାନଙ୍କ ଅପେକ୍ଷାର ବନ୍ଧ ଭାଙ୍ଗିବାରୁ ସେମାନଙ୍କୁ ଶେଷରେ ବସ୍‌ ଦିଲ୍ଲୀ ପଠାଯାଇଥିଲା। ଏହାକୁ ନେଇ ମଧ୍ୟ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Air India Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe