Advertisment

ମନ୍ତ୍ରୀଙ୍କ ଚେତାବନୀକୁ ବେଖାତିର, ପୁଣି ୩୦ ବିମାନକୁ ବୋମା ଧମକ

ବିମାନ କମ୍ପାନୀ କୋଟି କୋଟି ଟଙ୍କା କ୍ଷତିରେ ପଡ଼ୁ ଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଚିନ୍ତା ବଢିଛି।

author-image
Debibandita Barick
Flight

Flight

ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ମିଳିଚାଲିଛି ବୋମା ଥିବା ନେଇ ମିଛ କଲ୍। ଏହାକୁ ନେଇ ବିମାନ କମ୍ପାନୀ କୋଟି କୋଟି ଟଙ୍କା କ୍ଷତିରେ ପଡ଼ୁ ଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଚିନ୍ତା ବଢିଛି।

Advertisment

ଏପରି ଅପରାଧକୁ ରୋକିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଚାଲି ଥିବାବେଳେ ପୁଣି ୩୦ଟି ବିମାନକୁ ବୋମା ଧମକ ମିଳିଛି। ଆଜି ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଏହାକୁ ମିଶାଇଲେ ସପ୍ତାହେ ମଧ୍ୟରେ ୧୩୦ରୁ ଅଧିକ ବିମାନକୁ ବୋମାକ ଧମକ ମିଳିଲାଣି।

ସୂଚନା ଅନୁସାରେ, ବୋମା ଧମକ ମିଳିଥିବା ବିମାନ ମଧ୍ୟରୁ ସର୍ବାଧିକ ବିଦେଶ ଯାତ୍ରା କରିବାକୁ ଥିବା ବିମାନ ରହିଛି। ଏସବୁ ଇଣ୍ଡିଗୋ ବିମାନ ଜେଧା, ଇଷ୍ଟନବୁଲ, ରିୟାଧ ଯିବାର ଥିଲା। 

Advertisment

ସେହିପରି ଇଣ୍ଡିଗୋ ଏବଂ ଭିସ୍ତାରା ବିମାନକୁ ମଧ୍ୟ ଧମକ ମିଳିଛି। ତିନୋଟି କମ୍ପାନୀର ପ୍ରତ୍ୟକ ୧୦ ଲେଖାଁ ୩୦ଟି ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଫଳରେ ବିମାନରେ ବ୍ୟାପକ ତଲାସୀ କରାଯିବା ସହ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଇଛି। 

ବର୍ତ୍ତମାନ ସୁଦ୍ଧା ସେପରି କିଛି ଅଘଟଣ ଘଟିନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନର ଜରୁରୀ ଅବତରଣ କରାଯାଉଛି। ଏହା ଫଳରେ ବିମାନ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏ ଦୃଷ୍ଟିରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଘନ ଘନ ବୈଠକ କରୁଛନ୍ତି।

ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ସହ ଏପରି ଅପରାଧକୁ ଧର୍ତ୍ତବ୍ୟ ଅପରାଥ ତାଲିକାଲେ ଯୋଗ କରିବାକୁ ବିଚାର ବିମର୍ଶ ଚାଲିଥିବା ସେ କହିଥିଲେ। ତଥାପି ବେଖାତିର କରି ଚାଲିଛନ୍ତି ଅପରାଧୀ। 

Indigo Airlines Air India Bomb Threat Vistara Airlines Hoax Call Airlines Bomb Threat