Advertisment

ବନ୍ୟା ବିତ୍ପାତ୍ତ: ଭାସିଗଲା ଲେହ ଜାତୀୟ ରାଜପଥ, ବେକାବୁ ବ୍ୟାସ

ବନ୍ୟା ପାଣି ୨ଟି ରେଷ୍ଟୁରାଣ୍ଟକୁ ଭସାଇ ନେଇଥିବା ବେଳେ ୨ଟି ଦୋକାନ ପାଣିରେ ଲୀନ ହୋଇଯାଇଛି। ଅନେକ ସ୍ଥାନରେ ପ୍ରକୃତି ତାଣ୍ଡବ ରଚିଥିବା ବେଳେ ଏଯାଏ ମୃତାହତ ସମ୍ପର୍କରେ ଖବର ମିଳିନି

Floods

Floods

Advertisment

ଦୋକାନ ବଜାର ଓ ଘର ଦ୍ୱାରା ଭାସି ଗଲାଣି। ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ୁଛି। ଜାତୀୟ ରାଜପଥ ପାଣିର ସ୍ରୋତରେ ଧୋଇ ଯାଇଛି। ଅନେକ ଆବାସିକ ଅଞ୍ଚଳ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଉବୁଟୁବୁ ହେବାର ଲାଗିଛି। ବ୍ୟାସ ନଦୀ ତା’ର କରାଳ ରୂପ ଦେଖାଇଥିବା ବେଳେ ହିମାଚଳ ପ୍ରଦେଶର ମନାଲୀରେ ବନ୍ୟା ପାଣି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରକୃତରେ ତାଣ୍ଡବ ଆଗରେ ସମସ୍ତେ ଅସହାୟ ହୋଇ ପଡ଼ିଛନ୍ତି। 

Advertisment

ବ୍ୟାସ ନଦୀ ବିପଦ ସଙ୍କେତ ପାର କରିବା ସହ ମନାଲୀରେ ଗୋଟିଏ ବହୁତଳ ବିଶିଷ୍ଟ କୋଠା ଓ ୪ଟି ଦୋକାନକୁ ଭସାଇ ନେଇଛି। ନଦୀ ପାଣି ଉଛୁଳିବାରେ ଲାଗିଛି। ଏଥିଯୋଗୁ ପାଣି ଏବେ ଅଲୁ ଗ୍ରାଉଣ୍ଡରେ ପ୍ରବେଶ କରି ଯାଇଛି। ଜାତୀୟ ରାଜପଥ ଧୋଇ ହୋଇ ଯିବାରୁ ମନାଲୀ-ଲେହ ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଛି। ହଜାର ହଜାର ଲୋକ ଏକାଧିକ ସ୍ଥାନରେ ବିନା ଯୋଗାଯୋଗ ଓ ବିଜୁଳିରେ ରହିଛନ୍ତି।

Advertisment

ବାହାଙ୍ଗରେ ବନ୍ୟା ପାଣି ୨ଟି ରେଷ୍ଟୁରାଣ୍ଟକୁ ଭସାଇ ନେଇଥିବା ବେଳେ ୨ଟି ଦୋକାନ ପାଣିରେ ଲୀନ ହୋଇଯାଇଛି। ଅନେକ ସ୍ଥାନରେ ପ୍ରକୃତି ତାଣ୍ଡବ ରଚିଥିବା ବେଳେ ଏଯାଏ ମୃତାହତ ସମ୍ପର୍କରେ ଖବର ମିଳିନି।

ରାସ୍ତା ପାର ହେଉଥିବା ବେଳେ ଗୋଟିଏ ମାଲ ବୋଝେଇ ଟ୍ରକ ଭାସି ଯାଇଥିବା ଭିଡିଓ ସାମ୍ନାକୁ ଆସିଛି। କିନ୍ତୁ ଏଥିରେ ଡ୍ରାଇଭର ଓ ହେଲପର ଥିଲେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି। ସ୍ଥିତିକୁ ଦେଖି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଲେହ-ମନାଲୀ ଜାତୀୟ ରାଜପଥରେ ସମସ୍ତ ଯାତାୟାତକୁ ବନ୍ଦ କରି ଦିଆଯାଇଛି। ସେହିପରି କୁଲୁ ଓ ମନାଲୀ ରାସ୍ତା କିଛି ସ୍ଥାନରେ ଧୋଇ ହୋଇଯିବାରୁ ଲୋକମାନେ ଅଧା ବାଟରେ ଫସି ରହିଛନ୍ତି।

ଏବେ ବି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ବ୍ୟାସ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ରାତି ବେଳକୁ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି।

Flash Flood Heavy Rain Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe