Advertisment

ଆସାମରେ ସୁଧୁରୁଛି ବନ୍ୟା ସ୍ଥିତି, ଜୋରଦାର ରେସକ୍ୟୁ ଆରମ୍ଭ

ଆସାମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ହେତୁ କେବଳ ମନୁଷ୍ୟ ନୁହଁନ୍ତି, ବନ୍ୟ ପ୍ରାଣୀ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।

author-image
Niharika Rout
Flood in asham

Flood in asham

ଲଗାଣ ବର୍ଷା ହେତୁ ଗତ କିଛି ଦିନ ହେଲା ବନ୍ୟା ଜଳରେ ଉବୁଟୁବୁ ହେଉଥିବା ଆସାମରେ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ତେବେ ଆସାମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ହେତୁ କେବଳ ମନୁଷ୍ୟ ନୁହଁନ୍ତି, ବନ୍ୟ ପ୍ରାଣୀ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।

Advertisment

ଏଥିଯୋଗୁ ରାଜ୍ୟର ୨୬ ଜିଲ୍ଲାର ପ୍ରାୟ ୨୩ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ପୂର୍ବରୁ ବନ୍ୟା ଯୋଗୁ ୭ ଜୀବନ ଯାଇଥିବା ବେଳେ ଗତ ଘଣ୍ଟାରେ ଆଉ ୫ ଜଣ ଅକାଳରେ ଆଖି ବୁଜିଥିବା ଜଣାଯାଇଛି। ଫଳରେ ଏହି ସଂଖ୍ୟା ସମୁଦାୟ ୧୨ରେ ପହଞ୍ଚିଛି। 

ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ବାଦ୍‌ ପଡ଼ିନାହିଁ। ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ ୧୫୯ ବନ୍ୟଜନ୍ତୁ ପାଣିରେ ବୁଡି ମରିଥିବାବେଳେ ୧୩୫ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ଏବେ ସାମାନ୍ୟ ପାଣି କମିଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। 

Advertisment

ବନ୍ୟା ସ୍ଥିତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଟିମ୍ ଆସାମ ସମସ୍ତଙ୍କୁ ସହାୟତା ପାଇଁ ୨୪ ଘଣ୍ଟା କାମ କରୁଛି। ୨୯ ଜିଲ୍ଲାରେ ପାଖାପାଖି ୨୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପାଣି କମିଥିବାରୁ ରେସ୍କ୍ୟୁ ମିଶନକୁ ଏବେ ଆହୁରି ଜୋରଦାର କରାଯିବ ।

 ପୂର୍ବାତ୍ତର ରାଜ୍ୟ ଗୁଡିକରେ ଥିବା ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବିପଦ ସଂକେତ ଉପରେ ରହୁଥିବାରୁ ସବୁ ସମୟରେ ବନ୍ୟାର ଭୟ ଲାଗି ରହିଛି। ରାଜ୍ୟର ୨୯ ଜିଲ୍ଲାର ପ୍ରାୟ ୨୩,୯୬,୬୪୮ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ବେଳେ ୬୮,୭୬୮.୫ ହେକ୍ଟର ଫସଲ ଜଳମଗ୍ନ ହୋଇଛି।  

Flood Situation Assam