Advertisment

ଖଟ୍ଟରଙ୍କ ଦାବି, ହରିଆଣା ସରକାରଙ୍କ ଖୁବଶୀଘ୍ର ହେବ ଫ୍ଲୋର ଟେଷ୍ଟ

ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ୩୦ ଜଣ କଂଗ୍ରେସ ବିଧାୟକଙ୍କ ଦସ୍ତଖତ ମାଗିଥିବା ଖଟ୍ଟର ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Khattar and Nayab Singh

Khattar and Nayab Singh

Advertisment

ହରିଆଣାରେ ଜାରି ରହିଛି ରାଜନୈତିକ ସଙ୍କଟ। ଯେକୌଣସି ମୁହୂର୍ତ୍ତରେ ବି ଏଠାକାର ସରକାର ଭାଙ୍ଗିଯିବା ସମ୍ଭାବନା ରହିଛି। ଏହାରି ଭିତରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ଦାବି କରିଛନ୍ତି। ବିଧାନସଭାରେ ଖୁବଶୀଘ୍ର ହରିଆଣା ସରକାରଙ୍କ ଫ୍ଲୋର ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ହରିଆଣା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବ।

Advertisment

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, ଜେଜେପିକୁ ଏହି କଥା ଉଠେଇବାର ନଥିଲା। ଏବେ ସେ ଏହି କଥାକୁ ଉଠେଇ, ନିଜକୁ କାଠଗଡାକୁ ଟାଣିଛନ୍ତି। ଜେଜେପିର ୬ ଜଣ ବିଧାୟକ ବିଜେପି ସମ୍ପର୍କରେ ଥିବା ନେଇ ସୂଚନା ଦେଇଛନ୍ତି। ଏହାସହ କଂଗ୍ରେସର ୩୦ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଧାୟକ ମଧ୍ୟ ବିଜେପି ସମ୍ପର୍କରେ ଥିବା ନେଇ ଖଟ୍ଟର ସୂଚନା ଦେଇଛନ୍ତି। ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ୩୦ ଜଣ କଂଗ୍ରେସ ବିଧାୟକଙ୍କ ଦସ୍ତଖତ ମାଗିଛନ୍ତି, ତେଣୁ ଫ୍ଲୋର ଟେଷ୍ଟ ଶୀଘ୍ର ହୋଇପାରେ ବୋଲି ଖଟ୍ଟର ଦାବି କରିଛନ୍ତି।

ଗତ ସପ୍ତାହରେ ତିନି ଜଣ ସ୍ୱାଧୀନ ବିଧାୟକ ହରିଆଣାର ନୟାବ ସିଂହ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ହରିଆଣା ସରକାର ସଂଖ୍ୟାଗରିଷ୍ଠତା ହରାଇ ବସିଥିବା କୁହାଯାଇଛି। ଏହି ତିନି ସ୍ୱାଧୀନ ବିଧାୟକ କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି। ତେବେ ୯୦ ସିଟ୍ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ୮୮ ବିଧାୟକ ରହିଛନ୍ତି। ଯେଉଁଥିରୁ ୪୦ ଜଣ ହେଉଛନ୍ତି ବିଜେପି ବିଧାୟକ।

Advertisment

ଏପରିକି ହରିଆଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଜେଜେପି ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌଟାଲା ରାଜ୍ୟପାଳ ଭଣ୍ଡାରୁ ଦତ୍ତାତ୍ରେୟଙ୍କୁ ଚିଠି ଲେଖି ଫ୍ଲୋର ଟେଷ୍ଟ ପାଇଁ ଦାବି କରିଛନ୍ତି। ସେପଟେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରି ପୁନଃ ନିର୍ବାଚନ କରିବାକୁ କଂଗ୍ରେସ କହୁଛି। ନାୟବ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିବା ଉଭୟ ଦଳ ଦାବି କରୁଛନ୍ତି।

Manohar Lal Khattar Haryana Political Crisis Nayab Singh Saini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe