Advertisment

ମହିଳାଙ୍କ ପିଛା କରିବା ଓ ଗାଳି କରିବା ମର୍ଯ୍ୟାଦାହାନୀ ନୁହେଁ: ହାଇକୋର୍ଟ

ଜଷ୍ଟିସ ଅନୀଲ ପାନସାରେ ଜଣେ ୩୬ ବର୍ଷୀୟ ଶ୍ରମିକଙ୍କୁ ଦୋଷମୁକ୍ତ କରି କହିଛନ୍ତି ଯେ ଏହି ମାମଲାରେ ସରକାରୀ ଓକିଲ କେବଳ ସନ୍ଦେହ ବ୍ୟତୀତ ଆଉ କୌଣସି ଉପଯୁକ୍ତ ପ୍ରମାଣ ଦାଖଲ କରିପାରି ନାହାନ୍ତି।

ଅଦ୍ୟତନ ହୋଇଛି
HC

HC

Advertisment

ମହିଳା ବା ଯୁବତୀଙ୍କୁ ପିଛା କରିବା, ଗାଳି କରିବା ଓ ଧକ୍କା ମାରିବା ନିଶ୍ଚିତ ଭାବେ ଗୋଟିଏ ଖରାପ ଓ ବିରକ୍ତିକର କାମ ହୋଇପାରେ। କିନ୍ତୁ ଏହା ଆଇପିସିର ଧାରା ୩୫୪ ଅଧୀନରେ ଥିବା ନାରୀର ମର୍ଯ୍ୟାଦାହାନୀ ଜନିତ ଅପରାଧ ନୁହେଁ।

Advertisment

ଗୋଟିଏ ମାମଲାର ଶୁଣାଣି କରିବା ବେଳେ ଏକଥା କହିଛନ୍ତି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ। ଏଥିସହ ୱାର୍ଦ୍ଧାର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ଜଣେ ବ୍ୟକ୍ତିଙ୍କୁ ନାଗପୁର ବେଞ୍ଚ ନିର୍ଦ୍ଧୋଷରେ ଖଲାସ କରିଛନ୍ତି।

ଜଷ୍ଟିସ ଅନୀଲ ପାନସାରେ ଜଣେ ୩୬ ବର୍ଷୀୟ ଶ୍ରମିକଙ୍କୁ ଦୋଷମୁକ୍ତ କରି କହିଛନ୍ତି ଯେ ଏହି ମାମଲାରେ ସରକାରୀ ଓକିଲ କେବଳ ଯର୍ଥାର୍ଥ ସନ୍ଦେହ ବ୍ୟତୀତ ଆଉ କୌଣସି ଉପଯୁକ୍ତ ପ୍ରମାଣ ଦାଖଲ କରିପାରି ନାହାନ୍ତି।

Advertisment

ଜଣେ କଲେଜ ଛାତ୍ରୀ ୩୬ ବର୍ଷୀୟ ଶ୍ରମିକଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଶ୍ରମିକ ଜଣଙ୍କ ତାଙ୍କୁ ଅନୁସରଣ କରିବା ସହ ବାରମ୍ବାର ଗାଳି କରୁଥିଲେ। ଗୋଟିଏ ଦିନ ସେ ମାର୍କେଟ ଯାଉଥିବା ବେଳେ ଶ୍ରମିକ ଜଣଙ୍କ ତାଙ୍କୁ ସାଇକେଲରେ ପିଛା କରିଥିଲେ। ଏହାପରେ ସେ ତାଙ୍କୁ ଧକ୍କା ଦେଇଥିଲେ ବୋଲି ଛାତ୍ରୀ ଜଣଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ।

ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରି ୨୦୧୬ ମସିହା ମେ’ ୯ରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେସନ୍ସ କୋର୍ଟ ୨୦୨୩ ଜୁଲାଇ ୧୦ରେ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ।

କିନ୍ତୁ ଏବେ ହାଇକୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଶ୍ରମିକଙ୍କ ଆବେଦନନର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏହି ମାମଲାରେ ଆବେଦନକାରୀ ଅଭିଯୋଗକାରୀଙ୍କୁ ଆଦୌ ଅଭଦ୍ରଙ୍କ ଭଳି ସ୍ପର୍ଶ କରି ନାହାନ୍ତି କିମ୍ବା ତାଙ୍କ ଶରୀରର ନିର୍ଦ୍ଦିଷ୍ଟ ଅଙ୍ଗକୁ ଧକ୍କା ଦେଇ ନାହାନ୍ତି।

ତେଣୁ ସେ ଲଜ୍ଜାବୋଧ କରିବାର କୌଣସି କାରଣ ନାହିଁ। ଆବେଦନକାରୀ ସାଇକେଲରେ ଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲେ। ଏହାକୁ କେବେ ହେଲେ ନାରୀର ମର୍ଯ୍ୟାଦାହାନୀ ମାମଲା ମଧ୍ୟରେ ବିଚାର କରାଯାଇ ପାରିବ ନାହିଁ।

High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe