Advertisment

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ନିମ୍ନମାନର ଖାଦ୍ୟ, ଭିଡିଓ ଭାଇରାଲ

ବିଶାଖାପାଟନମ୍‌ରୁ ହାଇଦ୍ରାବାଦ ଯାଉଥିବା ଟ୍ରେନ୍‌ରେ ଏଭଳି ଖାଦ୍ୟ ମିଳିଥିବା ଅଭିଯୋଗ।

vande bharat express

vande bharat express

Advertisment

ପୁଣି ଚର୍ଚ୍ଚାରେ ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରେନ୍‌ରେ ନିମ୍ନମାନର ଖାଦ୍ୟ ପରସାଯିବାକୁ ନେଇ ହଙ୍ଗାମା। ଏହି ଟ୍ରେନ୍‌ରେ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ବୋଲି ଅଭିଯୋଗ ଆସିଛି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଖୋଦ୍‌ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଶେଆର କରିଛନ୍ତି। ଏହାପରେ ଜବାବ ରଖିଛି ଆଇଆର୍‌ଟିସି।

Advertisment

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ପନ୍ଦେ ଭାରତରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଖାଦ୍ୟ ପ୍ୟାକେଟରେ ମିଳୁଥିବା ସିଙ୍ଗଡଢାକୁ ଦବାଉଛନ୍ତି ଏବଂ ଏଥିରୁ ପ୍ରବଳ ତେଲ ବାହାରୁଛି। ଯାତ୍ରୀ ଏହି ଭିଡିଓକୁ ଟୁଇଟ୍ କରି ଲେଖିଛନ୍ତି ଯେ 'ବନ୍ଦେ ଭାରତ ଟ୍ରେନରେ ଖାଦ୍ୟ ଯେତିକି ମହଙ୍ଗା, ଏହାର ଗୁଣ ମଧ୍ୟ ସେତିକି ନିମ୍ନମାନର।'

Advertisment

ବିଶାଖାପାଟନମ୍‌ରୁ ହାଇଦ୍ରାବାଦ ଯାଉଥିବା ଏହି ଟ୍ରେନ୍‌ରେ ଏଭଳି ଖାଦ୍ୟ ମିଳିଥିବା ଅଭିଯୋଗ ଆସିଛି। ଯାତ୍ରୀଙ୍କ ଏହି ଭିଡିଓ ଉପରେ ଆଇଆରସିଟିସି ମଧ୍ୟ ପ୍ରତିକ୍ରିୟା ଦେଇଛି। IRCTC ଏହି ଭିଡିଓ ସମ୍ବନ୍ଧରେ ଏକ ଟୁଇଟ୍ କରି ଲେଖିଛି ଯେ ଆପଣଙ୍କ ଅଭିଯୋଗ ବିଷୟରେ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି। ଉପଯୁକ୍ତ ପଦକ୍ଷେପ ନିଆଯିବ। ଉଲ୍ଲେଖଯୋଗ୍ୟ ଏହି ଭିଡିଓଟି ହେଉଛି ମାସେ ପୁରୁଣା।

ବନ୍ଦେ ଭାରତ ଏକ୍ସପ୍ରେସ ଦେଶର ପ୍ରିମିୟମ ଟ୍ରେନ୍‌ ମଧ୍ୟରୁ ଅନ୍ୟତମ। ଗତ ବର୍ଷ ଏହି ଟ୍ରେନ୍‌ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ବିୟରିଂରେ ତ୍ରୁଟି ହେତୁ ଟ୍ରେନର ଚକା ଜାମ୍ ହୋଇଯାଇଥିଲା। ନୂଆଦିଲ୍ଲୀ-ବାରାଣାସୀ ମାର୍ଗରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ୍ (ଟ୍ରେନ୍ ନମ୍ବର ୨୨୪୩୬) ରେ ଏହି ବୈଷୟିକ ତ୍ରୁଟି ସାମ୍ନାକୁ ଆସିଥିଲା। ଏହି କାରଣରୁ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe