Advertisment

ଭାରତ ଆସୁଛନ୍ତି ବାଇଡେନ ଓ ଜିନପିଙ୍ଗଙ୍କ ସମେତ ଅନେକ ନେତା, ଜାଣନ୍ତୁ କିଏ କେଉଁଠି ରହିବେ?

ଜି-୨୦ ପ୍ରତିନିଧିମାନଙ୍କ ରହଣୀ ପାଇଁ ଦିଲ୍ଲୀ ଓ ଏନସିଆରରେ ୩୦ରୁ ଅଧିକ ହୋଟେଲରେ ରୁମ ବୁକିଂ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
G20

G20

ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମୁଖ୍ୟ ସମ୍ମିଳନୀ। ଏଥିରେ ଅନେକ ରାଷ୍ଟ୍ର ମୁଖ୍ୟ ଓ ସେମାନଙ୍କ ପ୍ରତିନିଧି ଯୋଗ ଦେବେ। ବୈଠକରେ ଯୋଗଦେବାକୁ ସେମାନେ ଖୁବଶୀଘ୍ର ଭାରତ ମଧ୍ୟ ଆସିବେ।

Advertisment

ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜି-୨୦ ପ୍ରତିନିଧିମାନଙ୍କ ରହଣୀ ପାଇଁ ଦିଲ୍ଲୀ ଓ ଏନସିଆରରେ ୩୦ରୁ ଅଧିକ ହୋଟେଲରେ ରୁମ ବୁକିଂ କରାଯାଇଛି।

ଜି-୨୦ ଶିଖର ସମ୍ମିଳନୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଠାରୁ ଆରମ୍ଭ କରି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରମୁଖ ନୂଆଦିଲ୍ଲୀ ଆସୁଛନ୍ତି। ଏମାନଙ୍କ ପାଇଁ ଦିଲ୍ଲୀ ଓ ଏନସିଆରରେ ହୋଟେଲ ବୁକିଂ କରାଯାଇଛି। ସେହିପରି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଆତିଥ୍ୟର ବ୍ୟବସ୍ଥା ମଧ୍ୟ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ବାଇଡେନ ଆଇଟିସି ମୌର୍ଯ୍ୟ ଶେରଟନରେ ରହିବେ। ଚାଇନିଜ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପାଇଁ ତାଜ ପ୍ୟାଲେସରେ ରୁମ ବୁକିଂ କରାଯାଇଛି। ଦିଲ୍ଲୀର ୨୩ଟି ହୋଟେଲ ଓ ଏନସିଆରର ୯ଟି ହୋଟେଲରେ ଜି-୨୦ ବୈଠକକୁ ଆସୁଥିବା ଅତିଥିମାନେ ରହିବେ।

ଦିଲ୍ଲୀରେ କେଉଁ ସବୁ ହୋଟେଲ ବୁକିଂ ହୋଇଛି

ଆଇଟିସି ମୌର୍ଯ୍ୟ, ତାଜ ମାନସିଂହ, ତାଜ ପ୍ୟାଲେସ, ହୋଟେଲ ଓବରୟ, ହୋଟେଲ ଲଳିତ, ଦି ଲୋଧି, ଲେ ମାରିଡିଆନ, ହାୟତ ରେଜେନ୍ସୀ, ଶାଙ୍ଘ୍ରୀ ଲା, ଲୀଲା ପ୍ୟାଲେସ, ହୋଟେଲ ଅଶୋକା, ଇରୋସ ହୋଟେଲ, ଦି ସୂର୍ଯ୍ୟ, ରାଡିସନ ବ୍ଲ୍ୟୁ ପ୍ଲାଜା, ଜେଡବ୍ଲ୍ୟୁ ମାରିଅଟ, ଶେରଟନ, ଦି ଲୀଲା ଆମ୍ବିଆନ୍ସ କନଭେନସନ, ହୋଟେଲ ପୁଲମାନ, ରୋସେଟୀ ହୋଟେଲ ଓ ଦି ଇମ୍ପରିଆଲ।

ଏନସିଆରରେ ବୁକିଂ ହୋଇଥିବା ହୋଟେଲ

ଦି ବିବାନ୍ତ, ଆଇଟି ଗ୍ରାଣ୍ଡ(ଗୁରୁଗ୍ରାମ), ତାଜ ସିଟି ସେଣ୍ଟର(ଗୁରୁଗ୍ରାମ), ହାୟତ ରେଜେନ୍ସୀ(ଗୁରୁଗ୍ରାମ), ଦି ଓବରୟ(ଗୁରୁଗ୍ରାମ), ୱେଷ୍ଟଇନ (ଗୁରୁଗ୍ରାମ) ଓ କ୍ରାଉନ ପ୍ଲାଜା(ଗ୍ରେଟର ନୋଏଡା)।

କିଏ କେଉଁଠି ରହିବେ?

ଆମେରିକା ସିକ୍ରେଟ ସର୍ଭିସର କମାଣ୍ଡୋମାନେ ଆଇଟିସି ମୌର୍ଯ୍ୟ ହୋଟେଲର ସବୁ ମହଲାରେ ରହିବେ। କାରଣ ଏଠାରେ ରାଷ୍ଟ୍ରପତି ବାଇଡେନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି ସେ ହୋଟେଲର ୧୪ତମ ମହଲାରେ ରହିବେ। ଉକ୍ତ ମହଲାକୁ ଯିବା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯିବ। ଏହି ହୋଟେଲରେ ପ୍ରାୟ ୪୦୦ଟି ରୁମ କେବଳ ବାଇଡେନଙ୍କ ପାଇଁ ବୁକିଂ ହୋଇଛି।

ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଶାଙ୍ଘ୍ରୀ ଲା ହୋଟେଲରେ ରହିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନଙ୍କ ପାଇଁ କ୍ଲାରିଡଗେସ ହୋଟେଲରେ ରୁମ ବୁକିଂ ହୋଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସ ଇମ୍ପରିଆଲ ହୋଟେଲରେ ରହିବାକୁ ଥିବା ବେଳେ ଜିନପିଙ୍ଗ ତାଜ ପ୍ୟାଲେସରେ ରହିବେ।

ଜି-୨୦ ଶିଖର ସମ୍ମିଳନୀ ପାଇଁ ଆମେରିକା, ବ୍ରିଟେନ ଓ ଚାଇନା ଭଳି ଦେଶର ଆଡଭାନ୍ସ ଲିଆସନ ଟିମ ମଧ୍ୟ ଭାରତ ଆସି ସାରିଲେଣି।

ତୁର୍କୀରୁ ଆସିବାକୁ ଥିବା ପ୍ରତିନିଧି ମଣ୍ଡଳ ଓବରୟ ହୋଟେଲରେ ରହିବେ। ମରିସସ, ନେଦରଲ୍ୟାଣ୍ଡ୍ସ, ନାଇଜେରିଆ ଓ ସ୍ପେନର ପ୍ରତିନିଧିମାନଙ୍କ ପାଇଁ ଲେ ମାରିଡିଆନରେ ରୁମ ବୁକିଂ କରାଯାଇଛି।

ଦିଲ୍ଲୀରେ ଥିବା ତାଜ ପ୍ୟାଲେସରେ ଚାଇନା ଓ ବ୍ରାଜିଲରୁ ଆସିବାକୁ ଥିବା ପ୍ରତିନିଧିମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର ପ୍ରତିନିଧିମାନେ ଇମ୍ପରିଆଲ ହୋଟେଲରେ ରହିବେ। ସେହିପରି ଜର୍ମାନୀ ଓ ବ୍ରିଟେନର ପ୍ରତିନିଧି ଶାଙ୍ଘ୍ରୀଲା ଏବଂ ଇଟାଲୀ ଓ ସିଙ୍ଗାପୁର ପ୍ରତିନିଧିମାନେ ହାୟତ ରେଜନ୍ସୀରେ ରହିବେ।

ହୋଟେଲ ଲଳିତରେ କାନାଡା ଓ ଜାପାନ ପାଇଁ ରୁମ ବୁକିଂ ହୋଇଛି। କୋରିଆର ପ୍ରତିନିଧିମାନେ ଗୁରୁଗ୍ରାମରେ ଥିବା ଓବରୟ, ଇଜିପ୍ଟ ପ୍ରତିନିଧିମାନେ ସାକେତରେ ଥିବା ଆଇଟିସି ଶେରଟନ ଓ ସାଉଦି ଆରବର ପ୍ରତିନିଧିମାନେ ଗୁରୁଗ୍ରାମରେ ଥିବା ଲୀଲା ହୋଟେଲରେ ରହିବେ। ଦିଲ୍ଲୀରେ ଥିବା ତାଜ ମହଲ ହୋଟେଲରେ ୟୁଏଇ ପ୍ରତିନିଧିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି।

ସୁରକ୍ଷା ବ୍ୟବସ୍ଥା

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ, ଏନଏସ୍‌ଜି କମାଣ୍ଡୋ ଓ ଦିଲ୍ଲୀ ପୁଲିସ୍‌ ସମସ୍ତ ଅତିଥିଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ। ସମସ୍ତ ସୁରକ୍ଷା ଏଜେନ୍ସିର କମାଣ୍ଡୋମାନଙ୍କୁ ଭିନ୍ନ ଦାୟିତ୍ୱ ଦିଆଯାଇଛି। ଏହାବାଦ ବାଇଡେନଙ୍କ ସୁରକ୍ଷା ପାଇଁ ଆମେରିକା ସିକ୍ରେଟ ସର୍ଭିସ ସ୍କ୍ୱାଡର କମାଣ୍ଡମାନେ ମୁତୟନ ହେବେ। ସେମାନେ ସମ୍ମିଳନୀର ୩ ଦିନ ଆଗରୁ ଦିଲ୍ଲୀ ଆସି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଭିନ୍ନ ସୁରକ୍ଷା ଏଜେନ୍ସି ସହ ଆଲୋଚନା କରି ସବୁ ପ୍ରକାରର ବ୍ୟବସ୍ଥା କରିଛି। ସୁରକ୍ଷା କାମରେ ସିଆରପିଏଫର ୫୦ଟି ଟିମ ମୁତୟନ ହେବେ।

Joe Biden PM Modi G20 Meet Xi Jinping G20 Summit