Advertisment

ଧରାଛୁଆଁ ଦେଲାନି ପ୍ରେମିକ; ଉଠାଇ ନେଲେ ପ୍ରେମିକା ପରିବାର, ମନ୍ଦିରରେ ପଡ଼ିଲା ହାତଗଣ୍ଠି

ସରକାରୀ ଚାକିରି ହୋଇଯିବା ପରେ ଯୁବକଜଣକ ଆଉ ଧରାଛୁଆଁ ଦେଲେନି। ଏପରିକି ପ୍ରେମିକାଙ୍କ କଲ୍‌ ବି ଉଠାଇଲେ ନାହିଁ।

Forced Marriage

Forced Marriage

Advertisment

ଦୀର୍ଘ ୭ ବର୍ଷ ହେବ ଉଭୟଙ୍କ ମଧ୍ୟରେ ଚାଲିଥିଲା ପ୍ରେମ ସମ୍ପର୍କ। ଘଣ୍ଟା ଘଣ୍ଟା ମୋବାଇଲରେ ଗପିବା ସହ ସାଙ୍ଗ ହୋଇ ଚାରି ଆଡ଼େ ବୁଲୁଥିଲେ। ପରସ୍ପର ସହ ଜୀବନ ବିତାଇବାକୁ ବି ଶପଥ ନେଇଥିଲେ। ମାତ୍ର ସରକାରୀ ଚାକିରି ହୋଇଯିବା ପରେ ଯୁବକଜଣକ ଆଉ ଧରାଛୁଆଁ ଦେଲେନି। ଏପରିକି ପ୍ରେମିକାଙ୍କ କଲ୍‌ ବି ଉଠାଇଲେ ନାହିଁ। ଶେଷରେ ପ୍ରେମିକାଙ୍କ ଘର ଲୋକ ଯୁବକଙ୍କୁ ଜୋରଜବରଦସ୍ତ ଉଠାଇ ଆଣି ଝିଅ ସହ ବିବାହ କରାଇଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ବିହାରରେ ଘଟିଛି।

Advertisment

ମୁକେଶ ନାମକ ଯୁବକଙ୍କର ୨୦୧୫ ମସିହାରୁ ପୂର୍ଣ୍ଣିମା ନାମ୍ନୀ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ପରିବାର ଲୋକେ ଏ ସମ୍ପର୍କରେ ଅବଗତ ଥିବା ବେଳେ ସମ୍ମତି ବି ଜଣାଇଥିଲେ। ଏହାପରେ ଉଭୟ ଖୁଲମଖୁଲା ବୁଲୁଥିବା ବେଳେ ଘଣ୍ଟା ଘଣ୍ଟା ମୋବାଇଲରେ ଗପୁଥିଲେ।

ମାତ୍ର ପ୍ରାୟ ୬ ମାସ ହେବ ମୁକେଶ ସରକାରୀ ଶିକ୍ଷକ ଚାକିରି ପାଇଥିଲେ। ଏହାପରଠୁ ତାଙ୍କ ହାବଭାବ ବଦଳି ଯାଇଥିଲା। ସେ ଆଉ ପୂର୍ଣ୍ଣିମାଙ୍କ ସହ ସମ୍ପର୍କ ରଖୁ ନ ଥିଲେ। ତାଙ୍କୁ ସାକ୍ଷାତ କରୁ ନ ଥିବା ବେଳେ ତାଙ୍କ ଫୋନ୍ ବି ଉଠାଉ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଯାଇଥିବା ପୂର୍ଣ୍ଣିମାଙ୍କ ପରିବାର ଲୋକେ ସୁଯୋଗ ଅପେକ୍ଷାରେ ଥିଲେ।

Advertisment

ଏହାପରେ ପୂର୍ଣ୍ଣିମାଙ୍କ ପରିବାର ଲୋକଙ୍କ ସମେତ ଗାଁ ଲୋକେ ମୁକେଶଙ୍କୁ ଉଠାଇ ଆଣି ନିକଟସ୍ଥ ଏକ ମନ୍ଦିରରେ ଉଭୟଙ୍କ ବିବାହ କରାଇଛନ୍ତି। ଏହି ବିବାହ ପାଇଁ ମୁକେଶ ସମ୍ପୂର୍ଣ୍ଣ ଅରାଜି ଥିବା ବେଳେ ତାଙ୍କୁ ବ୍ଲାକମେଲ୍‌ କରାଯାଉଥିବା ଅଭିଯୋଗ କରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ବିବାହ ଦେଖିବାକୁ ମନ୍ଦିର ନିକଟରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା।

Bihar Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe