Advertisment

ପୁଅର କଲେଜ ଫି’ ଦେବାକୁ ଭିକ ମାଗିଥିଲେ ମନୀଷ ସିସୋଦିଆ!

‘ମୁଁ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ବିଶ୍ୱସ୍ତ ସିପାହୀ। ମୁଁ ଭାଙ୍ଗିଲି ନାହିଁ କି ଭୟଭୀତ ହେଲି ନାହିଁ।’

Manish Sisodia

Manish Sisodia

Advertisment

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରାୟ ୧୮ ମାସ ଜେଲରେ ରହି ଫେରିଥିବା ଆପ୍ ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ତାଙ୍କ ପୁଅର କଲେଜ ଫି’ ଦେବାକୁ ତାଙ୍କୁ ଲୋକଙ୍କୁ ଭିକ ମାଗିବାକୁ ପଡ଼ିଥିଲା। କାରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେଇଥିଲା।

Advertisment

ଦିଲ୍ଲୀରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନୀଷ ସିସୋଦିଆ କହିଥିଲେ, ମୁଁ ସାମ୍ବାଦିକ ଥିବା ବେଳେ ୨୦୦୨ ମସିହାରେ ୫ ଲକ୍ଷ ଟଙ୍କା ଦେଇ ଛୋଟିଆ ଘରଟିଏ କିଣିଥିଲି। ସେମାନେ (ଇଡି) ସେହି ଘରକୁ ସିଲ୍ କରି ଦେଲେ ଓ ନିଜ ହେପାଜତକୁ ନେଇଗଲେ। ମୋ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଥିଲା। ତାହା ମୋ ଦରମା ଟଙ୍କାରୁ ରହିଥିଲା। ସେମାନେ ମୋ ଟଙ୍କା ମଧ୍ୟ ନେଇଗଲେ। ମୋ ପୁଅ କଲେଜରେ ପଢ଼େ। ଇଡି ମୋ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେବାରୁ ମୁଁ ଲୋକଙ୍କୁ ଭିକ ମାଗିଥିଲି ତା’ କଲେଜ ଫି’ ଦେବାକୁ।

ସେ କହିଥିଲେ, ସେମାନେ (ଇଡି) ମୋତେ ଏହିଭଳି ଭାବେ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ସେମାନେ ମନୀଷ ସିସୋଦିଆକୁ ଭାଙ୍ଗି ଦେବାକୁ ପ୍ରୟାସ କରିଥିଲେ। କିନ୍ତୁ ମୁଁ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ବିଶ୍ୱସ୍ତ ସିପାହୀ। ମୁଁ ଭାଙ୍ଗିଲି ନାହିଁ କି ଭୟଭୀତ ହେଲି ନାହିଁ।

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ମୁଣ୍ଡରେ ନିଜେ ଅରବିନ୍ଦ କେଜ୍ରିୱାଲ ଦୋଷ ଲଦିଥିଲେ ବୋଲି ତଦନ୍ତକାରୀ ସଂସ୍ଥା ତାଙ୍କୁ କହିଥିବା ପ୍ରସଙ୍ଗରେ ମଧ୍ୟ ସେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ମଧ୍ୟରେ ଥିବା ସଂପର୍କକୁ ବିଜେପି ଭାଙ୍ଗିବାକୁ ଚେଷ୍ଟା କରିଥିଲା। ଜେଲ୍‌ରେ ମୋତେ କୁହାଯାଇଥିଲା ଯେ କୋର୍ଟରେ କେଜ୍ରିୱାଲ ତାଙ୍କ ନାଁ ନେଇଛନ୍ତି। କେଜ୍ରିୱାଲଙ୍କ ନାଁ ନେଲେ ତାଙ୍କୁ ଛାଡ଼ି ଦିଆଯାଇବ ବୋଲି ମଧ୍ୟ କୁହାଯାଇଥିଲା। ତେବେ କେଜ୍ରିୱାଲ ଓ ତାଙ୍କର ସଂପର୍କ ଭଗବାନ ଶ୍ରୀରାମ ଓ ଭଗବାନ ଲକ୍ଷ୍ମଣଙ୍କ ସଂପର୍କ ଭଳି।  

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲା ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ୨୦୨୩ ଫେବ୍ରୁଆରୀ ମାସରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଗତ ଅଗଷ୍ଟ ମାସରେ ସେ ଜେଲ୍‌ରୁ ବାହାରିଛନ୍ତି।

AAP Manish Sisodia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe