Advertisment

କୋର୍ଟଙ୍କ ବଡ଼ ରାୟ: ଲୋନ୍‌ ଦେଉ ନଥିବା ଲୋକଙ୍କ ଠାରୁ ବଳ ପୂର୍ବକ ଗାଡ଼ି ଜବତ କରିବା ବେଆଇନ

କୋର୍ଟ କହିଛନ୍ତି ଯେ ଗାଡ଼ି ଋଣ ଆଦାୟ ପ୍ରଦତ୍ତ ନିୟମ ଅନୁସାରେ ସବୁପ୍ରକାରର ବ୍ୟବସ୍ଥାକୁ ଦେଖି କରାଯିବା ଉଚିତ।

High Court

High Court

Advertisment

ଠିକ୍‌ ସମୟରେ ଲୋନ ବାବଦ ଅର୍ଥ ଦେଉ ନଥିବା ଲୋକଙ୍କୁ ଠାରୁ ବଳପୂର୍ବକ ଏଜେଣ୍ଟମାନେ ଗାଡ଼ି ଜବତ କରିବା ବେଆଇନ। ଏପରି ଆଚରଣ ସମ୍ବିଧାନରେ ଦିଆଯାଇଥିବା ଜୀବନ ଓ ଜୀବକା ଅଧିକାରର ଖୋଲା ଉଲ୍ଲଙ୍ଘନ। ଏପରି ଧମକପୂର୍ଣ୍ଣ ପଦକ୍ଷେପ ବିରୋଧରେ ଏଫଆଇଆର ରୁଜୁ କରାଯାଇ ପାରିବ ବୋଲି ପାଟନା ହାଇକୋର୍ଟ କହିଛନ୍ତି।

Advertisment

କୋର୍ଟ କହିଛନ୍ତି ଯେ ଗାଡ଼ି ଋଣ ଆଦାୟ ପ୍ରଦତ୍ତ ନିୟମ ଅନୁସାରେ ସବୁପ୍ରକାରର ବ୍ୟବସ୍ଥାକୁ ଦେଖି କରାଯିବା ଉଚିତ। ନିୟମ ଅଧୀନରେ ବ୍ୟାଙ୍କ ଓ ଆର୍ଥକ ସହାୟତା ଯୋଗାଇ ଦେଉଥିବା ଅନୁଷ୍ଠାନଗୁଡ଼ିକ ଋଣଦାତା ବନ୍ଧକ ରଖିଥିବା ସମ୍ପତ୍ତିକୁ ଜବତ କରିପାରିବେ। ଏଥିପାଇଁ ସେମାନେ ଜିଲ୍ଲା ପ୍ରଶାସନର ସହାୟତା ନେଇ ପାରିବେ ଓ ଜବତ ସମ୍ପତ୍ତିକୁ ନିଲାମ କରି ନିଜର ଟଙ୍କା ପାଇପାରିବେ। କିନ୍ତୁ ସେମାନେ ବଳପୂର୍ବକ ଗାଡ଼ିକୁ ଜବତ କରିପାରିବେ ନାହିଁ। 

ଏକକ ବେଞ୍ଚ ବିତାରପତି ଜଷ୍ଟିସ ରାଜୀବ ରଞ୍ଜନ ପ୍ରସାଦଙ୍କ ଖଣ୍ଡପୀଠ ଏକାଧିକ ରିଟ୍‌ ପିଟିସନକୁ ଅଗ୍ରାହ୍ୟ କରି ଋଣ ପୈଠ କରି ପାରୁ ନଥିବା ଲୋକଙ୍କ ଠାରୁ ବଳପୂର୍ବକ ଗାଡ଼ି ଜବତ କରୁଥିବା ବ୍ୟାଙ୍କ ଓ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ସଂସ୍ଥାଗୁଡ଼ିକୁ ତୀବ୍ର ସମାଲୋଚନା କରିଛନ୍ତି। କୌଣସି ରିକଭରୀ ଏଜେଣ୍ଟ ଯେମିତି ଲୋକଙ୍କ ଠାରୁ ବଳପୂର୍ବକ ଗାଡ଼ି ଜବତ ନ କରିବେ, ତା’କୁ ନିଶ୍ଚିତ କରିବା ପାଇଁ କୋର୍ଟ ବିହାରର ସମସ୍ତ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଜେଣ୍ଟଙ୍କ ଦ୍ୱାରା ବଳପୂର୍ବକ ଜବତ କରାଯାଇଥିବା ୫ଟି ମାମଲାର ଶୁଣାଣି କରିବା ବେଳେ ହାଇକୋର୍ଟ ମେ’ ୧୯ରେ ଏପରି ନିର୍ଦ୍ଦେଶ ଦେଇଥିଲେ। ଏପରି କାମ କରିଥିବା ବ୍ୟାଙ୍କ ଓ ଆର୍ଥିକ କମ୍ପାନୀଗୁଡ଼ିକ ଉପରେ ୫୦ ହଜାର ଟଙ୍କା ଲେଖାଏ ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା।

ଜଷ୍ଟିସ୍ ରଞ୍ଜନ ତାଙ୍କ ୫୩ ପୃଷ୍ଠାର ରାୟରେ ସୁପ୍ରିମକୋର୍ଟ ଦେଇଥିବା ୨୫ରୁ ଅଧିକ ମାମଲାର ଉଦାହରଣ ଦେଇଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ସୁପ୍ରିମକୋର୍ଟ ଦେଇଥିବା ଗୋଟିଏ ନିର୍ଦ୍ଦେଶକୁ ମଧ୍ୟ ଉଲ୍ଲେଖ କରାଯାଇଛି।

Bihar High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe