S Jaishankar
କତାରରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ପୂର୍ବତନ ନୌସେନା ଅଧିକାରୀମାନଙ୍କୁ ମୁକ୍ତ ସୁନିଶ୍ଚିତ କରିବା ପାଇଁ ଭାରତ ସବୁ ପ୍ରୟାସ ଜାରି ରଖିବ ବୋଲି ସେ କହିଛନ୍ତି।
ଏନେଇ ସୋଶାଲ ମିଡିଆ ସାଇଟ୍ 'X'ରେ ପୋଷ୍ଟ କରି ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି, କତାର୍ରେ ଅଟକ ଥିବା ୮ଜଣ ଭାରତୀୟଙ୍କ ପରିବାରବର୍ଗଙ୍କୁ ଆଜି ସକାଳେ ଭେଟିଲି। ଏହି ମାମଲାରେ ଭାରତ ସରକାର ସର୍ବାଧିକ ଗରୁତ୍ୱାରୋପ କରୁଥିବା କଥା କହିଛି। ସେମାନଙ୍କ ପରିବାରବର୍ଗଙ୍କ ବେଦନା ଓ ଦୁଃଖ ଶୁଣିଲି। ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ଲାଗି ଭାରତ ସରକାର ସବୁ ପ୍ରକାରର ପ୍ରୟାସ ଜାରି ରଖିବେ। ଏ ପ୍ରସଙ୍ଗରେ ସେମାନଙ୍କ ପରିବାରବର୍ଗଙ୍କ ସହିତ ନିବିଡ଼ ଆନ୍ତରିକତାର ସହ ସମନ୍ୱୟ ରକ୍ଷା କରିବୁ।
ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିକଳ୍ପକୁ ବିଚାର କରାଯାଉଛି। ଭାରତ ଏପର୍ଯ୍ୟନ୍ତ କତାର କୋର୍ଟର ନିଷ୍ପତ୍ତିର କପି ପାଇନାହିଁ। କୋର୍ଟଙ୍କ ନିଷ୍ପତ୍ତି ଉପରେ କତାର ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଏହି ନିଷ୍ପତ୍ତିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଭାରତ ସରକାର ଏହାର ବିକଳ୍ପ ଉପରେ ଆଗକୁ ବଢ଼ିବ। କୂଟନନୈତିକ କିମ୍ବା ରାଜନୈତିକ ଦୃଷ୍ଟିରୁ ଭାରତ ମଧ୍ୟ ଏହାର ସମାଧାନ କରିବାକୁ ବିଚାର କରିପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।
Met this morning with the families of the 8 Indians detained in Qatar.
Stressed that Government attaches the highest importance to the case. Fully share the concerns and pain of the families.
Underlined that Government will continue to make all efforts to secure their release.…
— Dr. S. Jaishankar (@DrSJaishankar) October 30, 2023
ସୂଚନାଯୋଗ୍ୟ, କତାର ଜେଲରେ ବନ୍ଦି ଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ ହେଉଛନ୍ତି, କ୍ୟାପ୍ଟେନ୍ ନବତେଜ ସିଂହ ଗିଲ୍, କ୍ୟାପ୍ଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପ୍ଟେନ୍ ସୌରଭ ବଶିଷ୍ଠ, କ୍ୟାଡର୍ ଅମିତ ନାଗପାଲ, କ୍ୟାଡର୍ ପୂର୍ଣ୍ଣେନ୍ଦୁ ତିୱାରି, କ୍ୟାଡର୍ ସୁଗୁଣକର ପକଲା, କ୍ୟାଡର୍ ସଞ୍ଜୀବ ଗୁପ୍ତା ଓ ନାବିକ ରାଗେଶ। ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ସେମାନେ ଦଣ୍ଡିତ ହୋଇଛନ୍ତି। ଏସମସ୍ତ ପୂର୍ବତନ ଅଧିକାରୀ ‘ଦାରା ଗ୍ଲୋବାଲ୍ ଟେକ୍ନୋଲୋଜି ଆଣ୍ଡ୍ କନ୍ସଲ୍ଟାନ୍ସି ସର୍ଭିସେସ୍’ ନାମକ ଘରୋଇ ସଂସ୍ଥାନରେ କାର୍ଯ୍ୟ କରୁଥିଲେ। ଏହା କତାରର ସଶସ୍ତ୍ର ସେନାକୁ ତାଲିମ ଓ ଅନ୍ୟାନ୍ୟ ସେବା ଯୋଗାଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
