Advertisment

ଖାଇକୁ ଖସି ଗଛରେ ଲାଖିଲେ ପର୍ଯ୍ୟଟକ, ତଳେ ଥିଲା ଗଙ୍ଗା ନଦୀ

ଋଷିକେଶ ବୁଲି ଆସିଥିବା ଜଣେ ପର୍ଯ୍ୟଟକଙ୍କ ସହ ଘଟିଲା ଅଘଟଣ। ପର୍ଯ୍ୟଟକଜଣକ ଅସାବଧାନତାଃବଶତଃ ୫୦୦ ମିଟର ତଳ ଖାଇକୁ ଖସି ପଡ଼ିଲେ।

tourist-hangs-on-tree

tourist-hangs-on-tree

Advertisment

ଋଷିକେଶ ବୁଲି ଆସିଥିବା ଜଣେ ପର୍ଯ୍ୟଟକଙ୍କ ସହ ଘଟିଲା ଅଘଟଣ। ପର୍ଯ୍ୟଟକଜଣକ ଅସାବଧାନତାଃବଶତଃ ୫୦୦ ମିଟର ତଳ ଖାଇକୁ ଖସି ପଡ଼ିଲେ। ତଳେ ଗଙ୍ଗା ନଦୀ ବୋହୁଥିବା ବେଳେ ପର୍ଯ୍ୟଟକଜଣକ କିନ୍ତୁ ସୌଭାଗ୍ୟବଶଃତ ଏକ ଗଛରେ ଲାଖି ଯାଇଥିଲେ।

Advertisment

ଦୀର୍ଘ ସମୟ ଧରି ଗଛରେ ପର୍ଯ୍ୟଟକଜଣକ ଝୁଲି ରହିବା ପରେ ସ୍ଥାନୀୟ ପୁଲିସ୍‌ ଓ SDRF ଟିମ୍‌ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାଯାଇଛି। ଉଦ୍ଧାର ପାଇଥିବା ପର୍ଯ୍ୟଟକଜଣକ ବେଲାରୁଷର ହୋଇଥିବା ବେଳେ ତାଙ୍କ ନାମ ବିଟାଲି ବୋଲି ଜଣାଯାଇଛି।

ବେଲାରୁଷର ବିଟାଲି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଭାରତ ଆସିଥିଲେ। ଋଷିକେଶ ବୁଲିବାକୁ ଆସି ସେ ଏଠାରେ ଏକ ହୋଟେଲରେ ରହିଥିଲେ।

Advertisment

ମାତ୍ର ଗତକାଲି ତପୋବନ ଛକ ନିକଟସ୍ଥ ହୋଟେଲ ଡିଭାଇନ୍‌ ନିକଟରେ ଜଣେ ବିଦେଶୀ ପର୍ଯ୍ୟଟକ ପ୍ରାୟ ୫ଶହ ମିଟର ଖାଇକୁ ପଡ଼ି ଯାଇଥିବା ନେଇ ସ୍ଥାନୀୟ ଲୋକେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ପହଞ୍ଚି ପର୍ଯ୍ୟଟକଜଣକ ଏକ ଗଛରେ ଲାଖି ରହିଥିବା ବେଳେ ସାହାଯ୍ୟ ପାଇଁ ନିବେଦନ କରୁଥିବା ଦେଖିବାକୁ ପାଇଥିଲେ।

ଖାଇ ତଳେ ଗଙ୍ଗା ନଦୀ ବହୁଥିବାରୁ SDRF ଟିମ୍‌ ବହୁ ସତର୍କତାର ସହ ରଶି ବାନ୍ଧି ଉକ୍ତ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚିଥିଲେ। ଏହାପରେ ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ଉପରକୁ ଅଣାଯାଇଥିଲା। ପର୍ଯ୍ୟଟକଜଣକ ସୁସ୍ଥ ଥିବା ଜଣାଯାଇଛି। ତେବେ ସେ କିପରି ପଡ଼ିଲେ ତାହା ଜଣା ପଡ଼ି ନ ଥିବା ବେଳେ ପୁଲିସ୍‌ ଏନେଇ ତାଙ୍କୁ ପଚରାଉଚରା କରୁଛି।

Foreign Tourists Rishikesh Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe