Advertisment

ଜଳୁଛି ଜଙ୍ଗଲ, ନିଆଁରେ ପୋଡି ହୋଇ ୫ ମୃତ

ସେପଟେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

author-image
Madhupriya Mistry
Forest Fire

Forest Fire

ଜଳୁଛି ଜଙ୍ଗଲ। ଦିନକୁ ଦିନ ବ୍ୟାପିବାରେ ଲାଗିଛି ଏହି ନିଆଁ। ନିଆଁ ଆଁରେ ଗଲାଣି ଲୋକଙ୍କ ଜୀବନ। ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଆଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲ୍ଲାରେ ଜଙ୍ଗଲ ଜଳୁଛି। ଆଲମୋରା ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିବା ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ୧୦ଟି ଜଙ୍ଗଲରେ ନିଆଁ ଲାଗିଥିବାର କୁହାଯାଉଛି।

Advertisment

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି ରବିବାର ମୁଖ୍ୟ ସଚିବ ରାଧା ରତୁଡିଙ୍କୁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନୋଟିସ ଦେଇ ଏକ ସପ୍ତାହ ଯାଏଁ ଜଙ୍ଗଲ ନିଆଁ ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ସେପଟେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ୨୩.୭୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି। ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ସମୁଦାୟ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଙ୍ଗଲରୁ ଧୂଆଁ ବାହାରିବା ହେତୁ ଲୋକମାନେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୁରୁବାର ସନ୍ଧ୍ୟାରେ ବାରହାଟ ଜଙ୍ଗଲରେ ବ୍ୟାପିଥିବା ନିଆଁ ରବିବାର ଯାଏ ଲିଭିପାରି ନାହିଁ। ଜଙ୍ଗଲ ବିଭାଗର ତଥ୍ୟ ଅନୁଯାୟୀ, ଉତ୍ତରାଖଣ୍ଡ ଜଙ୍ଗଲ ବିଭାଗରେ ୧୯.୫ ହେକ୍ଟର ଜଙ୍ଗଲ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ଏହି ନିଆଁ ଚାଷ ଜମିକୁ ମଧ୍ୟ ବ୍ୟାପି ଯାଇଛି। ଫଳରେ ବ୍ୟାପକ ଫସଲ ପୋଡି ପାଉଁଶ ହୋଇଯାଇଛି।

Advertisment

ରିପୋର୍ଟ ଅନୁଯାୟୀ, ଗତ ବର୍ଷ ନଭେମ୍ବର ୧ରୁ ଉତ୍ତରପ୍ରଦେଶର ଜଙ୍ଗଲରେ ସମୁଦାୟ ୯୧୦ ଥର ନିଆଁ ଲାଗିସାରିଲାଣି ଏବଂ ପ୍ରାୟ ୧୧୪୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି। ଶନିବାର ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ସମ୍ପର୍କରେ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ନିଆଁକୁ କିଭଳି ନିୟନ୍ତ୍ରଣ କରାଯିବ ସେ ନେଇ ଆଲୋଚନା ହୋଇଥିଲା।

Uttarakhand Forest Fire Forest Fire In Uttarakhand