Advertisment

ବରିଷ୍ଠ ବିଜେପି ନେତା ପ୍ରଭାତ ଝାଙ୍କ ପରଲୋକ

ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ରାଜ୍ୟସଭା ସାଂସଦ ପ୍ରଭାତ ଝାଙ୍କ ପରଲୋକ ହୋଇ ଯାଇଛି। ନୂଆଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି ।

Prabhat Jha

Prabhat Jha

Advertisment

ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ରାଜ୍ୟସଭା ସାଂସଦ ପ୍ରଭାତ ଝାଙ୍କ ପରଲୋକ ହୋଇ ଯାଇଛି। ନୂଆଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି ।

Advertisment

ପ୍ରଭାତ ଝା ୩ ଥର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ବେଳ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବି ସମ୍ଭାଳି ସାରିଛନ୍ତି। ନିଜ କ୍ୟାରିଅର ଆରମ୍ଭରୁ ସେ ଗୋୱାଲିୟରର ସ୍ୱଦେଶ ପେପରରେ ସାମ୍ବାଦିକ ଭାବେ କାମ କରୁଥିଲେ।

ବୟାସାଧୀକ ହେତୁ ବିଭିନ୍ନ ସମସ୍ୟା ଦେଖାଦେବାରୁ ତାଙ୍କୁ ପ୍ରଥମା ଭୋପାଳସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ ୨୯ ତାରିଖରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତରୀ ଟିମ୍‌ଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ଆଖି ବୁଜି ଦେଇଥିବା ଜଣାଯାଇଛି।

Advertisment

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶର ବିଜେପି ଅଧ୍ୟକ୍ଷ ବିଡି ଶର୍ମା, କ୍ୟାବିନେଟ ମନ୍ତ୍ରୀ କୈଳାଶ ବିଜୟବର୍ଗୀୟ ପ୍ରମୁଖ ପ୍ରଭାତ ଝାଙ୍କ ମୃତ୍ୟୁକୁ ଦଳ ପାଇଁ ଶକ୍ତ ଝଟକା ବୋଲି କହିଛନ୍ତି।

ସେ ବିଜେପିର ମୁଖପତ୍ର ‘କମଲ ସନ୍ଦେଶ’ ପତ୍ରିକାର ସମ୍ପାଦକ ଥିଲେ। ବିହାର ବାସିନ୍ଦା ପ୍ରଭାତ ଝା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିବାକୁ ବାଦ ଦେଲେ ମଧ୍ୟପ୍ରଦେଶ ବିଜେପିର ଅଧ୍ୟକ୍ଷ ମଧ୍ୟ ରହିଥିଲେ। 

Bjp Delhi Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe