Advertisment

କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି, ହାଇକୋର୍ଟ ଗଲେ ପୂର୍ବତନ ଆପ୍‌ ନେତା

ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିନକୁ ଦିନ ଆମ ଆଦ୍‌ମୀ ପାର୍ଟି ସରକାରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆପ୍‌ ସୁପ୍ରିମୋ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ତେବେ ସେ ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡି ନାହାନ୍ତି। ସେ ଜେଲ୍‌ରେ ରହି ସରକାର ଚଳାଉଛନ୍ତି। ଏହାକୁ ବିରୋଧ କରିଛନ୍ତି ପୂର୍ବତନ ଆପ୍‌ ନେତା ତଥା ପୂର୍ବତନ ବିଧାୟକ ସନ୍ଦୀପ କୁମାର।

Advertisment

ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସନ୍ଦୀପ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ କେଜ୍ରିଓ୍ୱାଲ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ। ମୁଖ୍ୟମନ୍ତ୍ରୀ ଜଣେ ଏଭଳି ବ୍ୟକ୍ତି ଯିଏକି ନିଜ ପଦ ସମ୍ଭାଳିବାରେ ଅସମର୍ଥ ଅଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନର ଜଣେ ଭୋଟର ଭାବରେ ସେ ବ୍ୟକ୍ତିଗତ ରୂପେ ଏହାକୁ ନେଇ ବେଶ୍‌ ବ୍ୟଥିତ ଅଛନ୍ତି ବୋଲି ସେ ନିଜ ଆବେଦନରେ କହିଛନ୍ତି।

ସେ ଆହୁରି କହିଛନ୍ତି, ନ୍ୟାୟିକ ହେପାଜତରେ ରହି କେଜ୍ରିଓ୍ୱାଲ କେବେ ବି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିପାରିବେ ନାହିଁ। କେଜ୍ରିୱାଲ ସମ୍ବିଧାନ ଅନୁଯାୟୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟ ସମ୍ପାଦନ କରିବାରେ ଅସମର୍ଥ ଏବଂ ତେଣୁ ସେ ଏହି ପଦବୀରେ ରହିପାରିବେ ନାହିଁ ବୋଲି ସନ୍ଦୀପ କହିଛନ୍ତି।

Advertisment

କହିରଖୁ ଯେ, ସନ୍ଦୀପ କୁମାରଙ୍କ ଆବେଦନ ପୂର୍ବରୁ କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାୟର ହୋଇଥିବା ଦୁଇଟି ଆବେଦନକୁ କୋର୍ଟ ଖାରଜ କରିସାରିଛନ୍ତି। ଏହି ମାମଲାରେ ହାଇକୋର୍ଟ ମୁଣ୍ଡ ପୁରାଇବାକୁ ମନା କରିଦେଇଛନ୍ତି। ସୋମବାର ହାଇକୋର୍ଟରେ ପୂର୍ବତନ ଆପ୍‌ ନେତାଙ୍କ ଏହି ଆବେଦନର ଶୁଣାଣି ହେବ।

Arvind Kejriwal AAP Delhi High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe