Advertisment

ବିଜେପିରେ ମିଶିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ନିକଟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

author-image
Tapas Behera
Kiran Kumar Reddy

Kiran Kumar Reddy

ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ତଥା ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନିକଟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀର ବିଜେପିରେ କାର୍ଯ୍ୟାଳରୟରେ ସେ ଆଜି ଯୋଗ ଦେଇଛନ୍ତି। କିରଣ କୁମାରଙ୍କୁ ରାଜ୍ୟରେ କିମ୍ବା ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇପାରେ।

Advertisment

କଂଗ୍ରେସରେ ସେ ନିଜକୁ ଉପେକ୍ଷିତ ମନେ କରୁଥିଲେ । ଏହି କାରଣରୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ମାର୍ଚ୍ଚ ୧୧ରେ ସେ କଂଗ୍ରେସ ସଭାପତିଙ୍କୁ ଏକ ଚିଠିରେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ତାଙ୍କ ଇସ୍ତଫା ଗ୍ରହଣ କରାଯାଉ ବୋଲି ଅନୁରୋଧ କରିଥିଲେ । ତେବେ ସେ କାହିଁକି ଇସ୍ତଫା ଦେଲେ ତାହାର କାରଣ ଉଲ୍ଲେଖ କରିନଥିଲେ ।

କିରଣ କୁମାର ୧୯୮୯ରେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଭାୟଲପାଡୁରୁ କଂଗ୍ରେସ ଟିକେଟରେ ଜିତିଥିଲେ। ସେ ୧୯୯୯ ଏବଂ ୨୦୦୪ରେ ପୁଣି ସେହି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ । ପରେ ୨୦୦୯ରେ ପିଲେରୁ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ରାଜଶେଖର ରେଡ୍ଡୀଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ଏକ ନାଟକୀୟ ରାଜନୈତିକ ଘଟଣାକ୍ରମ ପରେ କିରଣ ରେଡ୍ଡୀ ୨୦୧୦ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Advertisment

ତେବେ ଆନ୍ଧ୍ରପ୍ରଦେଶର ବିଭାଜନ ନେଇ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରେଡ୍ଡୀ ୧୦ ମାର୍ଚ୍ଚ ୨୦୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିରଣ କୁମାର ରେଡ୍ଡୀ କଂଗ୍ରେସ ଠାରୁ ଅଲଗା ହୋଇଥିଲେ। ୨୦୧୪ ମସିହାରେ ସେ ‘ଜୟ ସାମିକ୍ୟ ଆନ୍ଧ୍ର’ ନାମରେ ନିଜର ଏକ ଦଳ ଗଠନ କରି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେବେ ସେଭଳି ସଫଳତା ନ ମିଳିବାରୁ କିରଣ କୁମାର ୨୦୧୮ରେ ପୁଣି କଂଗ୍ରେସକୁ ଫେରିଥିଲେ ।

India