Advertisment

ନିଜକୁ ଗୁଳି କରିଦେଲେ ଆଟଲାସ ସାଇକିଲ୍ସର ପୂର୍ବତନ ଅଧ୍ୟକ୍ଷ, ମିଳିଲା ସୁସାଇଡ୍‌ ନୋଟ୍‌

ସୁସାଇଡ୍‌ ନୋଟ୍‌ରେ ସେ ତାଙ୍କ ଉପରେ ଥିବା ଆର୍ଥିକ ବୋଝ ଓ ଚାରି ଜଣଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ବିଷୟରେ ଉଲ୍ଲେଖ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Suicide

Suicide

ଆତ୍ମହତ୍ୟା କଲେ ଆଟଲାସ ସାଇକେଲର ପୂର୍ବତନ ଅଧ୍ୟକ୍ଷ ସାଲିଲ କପୁର। ମଙ୍ଗଳବାର ଦିନ ଦିଲ୍ଲୀର କଲାମ ରୋଡ୍‌ ସ୍ଥିତ ଥିବା ତାଙ୍କ ଘରୁ ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥିବା କରିଥିବା କୁହାଯାଇଛି।

Advertisment

ପୁଲିସ ସୂଚନା ମୁତାବକ, ସଲିଲ କପୁରଙ୍କ(୬୫) ଘରୁ ଏକ ସୁସାଇଡ୍‌ ନୋଟ୍‌ ମଧ୍ୟ ଜବତ ହୋଇଛି। ଏଥିରେ ସେ ତାଙ୍କ ଉପରେ ଥିବା ଆର୍ଥିକ ବୋଝ ଓ ଚାରି ଜଣଙ୍କ ଦ୍ୱାରା ନିର୍ଯାତନା ବିଷୟରେ ଉଲ୍ଲେଖ କରିଛନ୍ତି। ସମସ୍ତ ସମ୍ଭାବ୍ୟ ଦିଗକୁ ଧ୍ୟାନରେ ରଖି ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ମ୍ୟାନେଜର କହିବା ମୁତାବକ, ସେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ କପୁରଙ୍କ ଘରର ପୂଜା ରୁମ୍‌ ନିକଟରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସଲିଲ କପୁରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅଧିକାରୀଙ୍କ କହିବାନୁସାରେ, ସଲିଲ କପୁର ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି।

Advertisment

ଜାନୁଆରୀ ୨୦୨୦ରେ ସଲିଲ କପୁରଙ୍କ ସମ୍ପର୍କୀୟ ନତାଶା କପୁର ମଧ୍ୟ ସେହି ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏକ ନୋଟରେ ନତାଶା ପରିବାର ସଦସ୍ୟଙ୍କୁ ନିଜ ନିଜର ଯତ୍ନ ନେବାକୁ ଅନୁରୋଧ କରିଥିଲେ, କିନ୍ତୁ ସେ ଏହି ପଦକ୍ଷେପ ନେବା ପଛର କାରଣ ସ୍ପଷ୍ଟ କରି ନଥିଲେ। ପୁଲିସ ଅଧିକାରୀ କହିଛନ୍ତି ଯେ ସଲିଲ କପୁରଙ୍କ ପତ୍ନୀ ଏବଂ ତିନି ସନ୍ତାନ - ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଲଗା ରହୁଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଅଲଗା ହେବା ପରେ ସଲିଲ କପୁରଙ୍କ ପତ୍ନୀ ଦୁବାଇରେ ରୁହନ୍ତି।

୨୦୧୫ରେ ୯କୋଟି ଟଙ୍କାର ଏକ ଠକେଇ ମାମଲାରେ କପୁରଙ୍କୁ ଦିଲ୍ଲୀ ପୁଲିସର EOW ଗିରଫ କରିଥିଲା। ୨୦୧୪ ମସିହାରେ, ତାଙ୍କ ବିରୋଧରେ ଦୁଇଟି ପୃଥକ ମାମଲା ଦକ୍ଷିଣ ଦିଲ୍ଲୀର ଡିଫେନ୍ସ କଲୋନୀ ପୁଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିଲା, ଯାହା EOW ଦ୍ୱାରା ମଧ୍ୟ ଯାଞ୍ଚ କରାଯାଇଥିଲା।

Delhi Police Salil Kapoor Atlas Cycles