Advertisment

ପପୁ ପାସ୍‌ ହୋଗେୟା : ବିଜେପିର ପୂର୍ବତନ ବିଧାୟକଙ୍କୁ +୨ରେ ମିଳିଲା ସଫଳତା

ପାସ୍‌ କରିଥିବାରୁ ପପୁ ବେଶ ଖୁସି ଅଛନ୍ତି। ହେଲେ ୩ଟି ବିଷୟରେ ତାଙ୍କୁ ଆଶା ଅନୁଯାୟୀ ମାର୍କ ମିଳି ନଥିବାରୁ ସେ ସାମାନ୍ୟ ମନ ଦୁଃଖ କରୁଛନ୍ତି।

BJP

BJP

Advertisment

ଉତ୍ତର ପ୍ରଦେଶର ୧୦ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ ଆଜି ପ୍ରକାଶ ପାଇଛି। ଆଉ ଶେଷରେ ଯୁକ୍ତ ଦୁଇରେ ପାସ୍‌ ହୋଇଛନ୍ତି ପପୁ। ଏହି ପପୁ ଜଣଙ୍କ ହେଲେ ବରେଲୀ ବିଜେପିର ପୂର୍ବତନ ବିଧାୟକ ରାଜେଶ ମିଶ୍ରା ଓରଫ ପପୁ ଭାରତୋଲ। ସେ ଭିଥରି ଚୈନପୁର ବିଧାନସଭା ଆସନରୁ ଏକାଦା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ସେ ଦ୍ୱିତୀୟ ଡିଭିଜନରେ +୨ ପାସ୍‌ କରିଛନ୍ତି।

Advertisment

ପାସ୍‌ କରିଥିବାରୁ ପପୁ ବେଶ ଖୁସି ଅଛନ୍ତି। ହେଲେ ୩ଟି ବିଷୟରେ ତାଙ୍କୁ ଆଶା ଅନୁଯାୟୀ ମାର୍କ ମିଳି ନଥିବାରୁ ସେ ସାମାନ୍ୟ ମନ ଦୁଃଖ କରୁଛନ୍ତି। ଏଥିପାଇଁ ସେ ବୋର୍ଡ ନିକଟରେ ରିଚେକିଂ ପାଇଁ ଆବେଦନ କରିବେ। ଯଦି ସେଠାରେ ତାଙ୍କ ମାର୍କ ନ ବଢ଼ିବ, ତା’ହେଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି।

ଆଜି ରେଜଲ୍ଟ ପ୍ରକାଶ ପାଇବା କ୍ଷଣି ସମସ୍ତଙ୍କ ନଜର ପପୁଙ୍କ ଉପରେ ରହିଥିଲା। ସେ ପାସ୍‌ ହୋଇଥିବା ଖବର ମିଳିବା ପରେ ତାଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ମିଠା ମଧ୍ୟ ବାଣ୍ଟିଛନ୍ତି।

Advertisment

ରେଜଲ୍ଟ ବାହାରିବା ପରେ ପପୁ ତାଙ୍କ ଅଫିସକୁ ଆସିଥିଲେ। ଏହି ଖବର ପ୍ରଚାର ହେବା ମାତ୍ରେ ତାଙ୍କ ସମର୍ଥକମାନେ ଏକାଠି ହୋଇ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ତାଙ୍କୁ ସ୍ୱାଗତ କରିଥିଲେ।

ପୂର୍ବତନ ବିଧାୟକ ପପୁଙ୍କ ଜଣେ ସମର୍ଥକ କହିଛନ୍ତି, “ବୟସ ଅନୁସାରେ ଲୋକମାନେ ବିଶ୍ରାମ ନିଅନ୍ତି। କିନ୍ତୁ ଆମ ବିଧାୟକ କଠିନ ପରିଶ୍ରମ କରି ପରୀକ୍ଷା ଦେଇଥିଲେ। ଏବେ ସେ ପାସ୍‌ କରିଛନ୍ତି। ଏଥିସହ ସେ ପାଠପଢ଼ାର କୌଣସି ବୟସ ନଥାଏ ବୋଲି ସମାଜକୁ ଗୋଟିଏ ବାର୍ତ୍ତା ଦେଇଛନ୍ତି।”

Bjp Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe