/odisha-reporter/media/post_attachments/uploadimage/library/16_9/16_9_0/IMAGE_1677644082.jpg)
Bhaskar Rao
ବିଜେପିରେ ମିଶିବେ ପୂର୍ବତନ ଆଇପିଏସ ବାବୁ। ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ମଙ୍ଗଳବାର ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ଭାସ୍କର ରାଓ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆର ଅଶୋକାଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ସେ ଏହି ଜାତୀୟ ଦଳ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।
ପୂର୍ବତନ ଆଇପିଏସ୍ ଅଧିକାରୀ ଭାସ୍କର ରାଓ ଏବେ ଆମ୍ ଆଦମୀ ପାର୍ଟି (ଆପ) ଇସ୍ତାହାର କମିଟିର ସଭାପତି ଅଛନ୍ତି। ସେ ମଧ୍ୟ ବିଜେପିର ତାମିଲନାଡୁର ମୁଖ୍ୟ କେ ଅନ୍ନାମଲାଇଙ୍କୁ ଭେଟିଥିବା କୁହାଯାଉଛି।
ଏହା ପୂର୍ବରୁ ସେ କେନ୍ଦ୍ର ମନ୍ତ୍ରୀ ପ୍ରହଲଦ ଯୋଶୀଙ୍କୁ ମଧ୍ୟ ଭେଟିଥିଲେ । ସେ ଖୁବ୍ ଶୀଘ୍ର ଦଳରେ ଯୋଗଦେବେ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।
ଆଇପିଏସରୁ ଇସ୍ତଫା ଦେଇଥିବା ରାଓ ଗତ ବର୍ଷ ଏପ୍ରିଲରେ ଆପରେ ଯୋଗ ଦେଇଥିଲେ। ନିକଟରେ ଦଳରେ ତାଙ୍କୁ ଇସ୍ତାହାର କମିଟିର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଥିଲା। ଦଳର ଦଳର ଅନ୍ୟତମ ପ୍ରମୁଖ ଚେହେରା ଭାବେ ସେ ପରିଚିତ ହୋଇଥିଲେ ବୋଲି ପିଟିଆଇ ରିପୋର୍ଟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
